ସାପ କାମୁଡ଼ାରେ କେତାଗୁଡା ଗ୍ରାମର ୪୦ ବର୍ଷୀୟ ଯୁବକର ମୃତ୍ୟୁ

ରାୟଗଡା : ଆଜି ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଖାରିଗୁଡା ଗ୍ରାମପଞ୍ଚାୟତ କେତାଗୁଡା ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ପୁନିଆ ଶବର ନାମକ ୪୦ ବର୍ଷୀୟ ଯୁବକର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସୂଚନା ଥାଉକି ଗତରାତ୍ର ପୁନିଆ ଶବର ଘରଵାରଣ୍ଡାରେ ଶୋଇଥିବା ଅବସ୍ଥାରେ ରାତି ପ୍ରାୟ ଏକଘଣ୍ଟା ସମୟ ହୋଇଥିବ କିଛି କାମୁଡ଼ିଲା ବୋଲି ଅନୁଭୂତ ହୋଇଥିଲା । ଉକ୍ତ ସମୟରେ ଏକ ଚିଟି ସାପ ପାଖରେ ଥିବା ଦେଖି ସାପକୁ ସେହି ସ୍ଥାନରେ ମାରିଥିଲେ କିନ୍ତୁ ସାପ ଦେହର କେଉଁ ଜାଗାରେ କାମୁଡ଼ି ଥିବା ଜଣା ପଡିନଥିଲା । କିଛି ସମୟ ଗଲାପରେ ସାପ କାମୁଡ଼ି ଥିବା ସ୍ଥାନ ଅନୁଭୂତ ହୋଇଥିଲା । କିନ୍ତୁ ବହୁତ ରାତି ହୋଇଥିବା ହେତୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡାରି ସହ ଯୋଗାଯୋଗ ନକରି ଦେଶି ଉପଚାର କରି ଆଜି ସକାଳୁ ୬ ଘଣ୍ଟା ସମୟରେ ୧୦୮ ଆମ୍ବୁଲାନ୍ସ ଡକାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡାରି ନିଆ ଯାଇଥିଲା, ଉପରୋକ୍ତ ସମସ୍ତ ତଥ୍ୟ ପୁନିଆ ଶବରଙ୍କ ସମ୍ପର୍କୀୟ ପ୍ରଦାନ କରିଥିବା ବେଳେ ଗୁଡାରି ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା ବେଳେ ଡ଼.ଗୌରବ ଚନ୍ଦ୍ର ସାହୁ ପୁନିଆ ଶବର ମୃତ୍ୟୁ ବୋଲି ଘୋଷଣା କରିଥିବା ସୂଚନା ମିଳିଥିଲା ।

Comments (0)
Add Comment