ସୀମାନ୍ତରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ପ୍ରତିବାଦରେ ୨୧ରେ ଭାରତ ବନ୍ଦ ଡାକରା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଶିଳଗେର ଗ୍ରାମରେ ଗତ ଦୁଇଦିନ ତଳେ ସିଆରପିଏଫ କ୍ୟାମ୍ପକୁ ବିରୋଧ କରି ଶତାଧିକ ମାଓ ସମର୍ଥକ ଗ୍ରାମବାସୀ ମାନେ କ୍ୟାମ୍ପ ଘେରାଉ କରିବା ସହ ଯବାନଙ୍କୁ ଆକ୍ରମଣ କରିଥିଲେ । ଯବାନମାନେ ନିଜ ସୁରକ୍ଷା ପାଇଁ ଗୁଳିଚାଳନା କରଥିଲେ । ଏଥିରେ ୩ ଜଣ ମାଓ ମିଲିସିଆ ସଦସ୍ୟ ମୃତ୍ୟୁବରଣ କରିଥିଲେ । ଏହାର ପ୍ରତିବାଦରେ ମାଓବାଦୀଙ୍କ ଦକ୍ଷିଣ ବସ୍ତର ଜୋନାଲ କମିଟି ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ପୋଲିସର ଏହି ଅମାବନିୟ କାର୍ଯ୍ୟକୁ ନିଦା କରି ଆସନ୍ତା ୨୧ ତାରିଖରେ ଭାରତ ବନ୍ଦ ଡାକରା ଦେବା ସହ ଏହି ବନ୍ଦ ଡାକରାକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।