ଦେଶର ନାଁକୁ ବଦନାମ ୨୬ ଜାନୁଆରୀ ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା

ବହୁପୂର୍ବରୁ ଯୋଜନା ହୋଇଥିଲା

ନୂଆଦିଲ୍ଲୀ, ୨୭ ।୫: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଦେଶର ନାଁକୁ ବଦନାମ କରିବାକୁ ଉଦ୍ଦେଶ୍ୟ ରଖିଥିଲେ । ସେଥିପାଇଁ ଜାନୁଆରୀ ୨୬ରେ ଚାଷୀ ଆନ୍ଦୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ । ଏହା କୌଣସି ହଠାତ୍ ଯୋଜନା ନଥିଲା । ଏଥିପାଇଁ ବହୁପୂର୍ବରୁ ଯୋଜନା ହୋଇଥିଲା । ଦିଲ୍ଲୀରେ ଚାଷୀଙ୍କ ହିଂସା ମାମଲାରେ ପୁଲିସ ଚାଜସିଟ୍ ଦାୟର କରି ଏସବୁ କଥା କହିଛି । ଚାର୍ଜସିଟ ଅନୁଯାୟୀ ଆନ୍ଦୋଳନରତ ଚାଷୀ ଐତିହ୍ୟସ୍ଥଳୀ ଲାଲକିଲ୍ଲାକୁ ଘେରାଉ କରି ସେଠାରେ ଆନ୍ଦୋଳନ କରିବାକୁ ଉଦ୍ଦେଶ୍ୟ ରଖିଥିଲେ । ତେଣୁ ସେମାନେ ଲାଲକିଲ୍ଲା ଆଡକୁ ଟ୍ରାକ୍ଟର ଚଳାଇ ଜୋର ଜବରଦସ୍ତି ଆସିଥିଲେ । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବହୁ ପୂର୍ବରୁ ସୁନିୟୋଜିତ ଭାବରେ ଟ୍ରାକ୍ଟର କିଣା ହୋଇଥିଲା ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ କହିଛି । ନଭେମ୍ୱରରେ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । ଡିସେମ୍ୱରରେ ହରିଆଣା ଏବଂ ପଞ୍ଜାବରେ ଅଧିକରୁ ଅଧିକ ଟ୍ରାକ୍ଟର ବିକ୍ରି ହୋଇଥିବା ପୁଲିସ କହିଛି । ଯାହାକି ୨୦୧୯ ଡିସେମ୍ୱର ତୁଳନାରେ ୯୫ ପ୍ରତିଶତ ଅଧିକ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୁଲିସ ମୋଟ୍ ୩,୨୩୨ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଛି । କିଭଳି ଲାଲକିଲ୍ଲାରେ ହିଂସା ପାଇଁ ଷଡଯନ୍ତ୍ର ହୋଇଥିଲା ଏହି ଚାର୍ଜସିଟରେ ବିସ୍ତୁତ ଭାବରେ ଉଲ୍ଲେଖ କରାଯାଇଛି । ମେ’ ୨୨ରେ ଦାଖଲ ହୋଇଥିବା ଏହି ଚାର୍ଜସିଟରେ ଦିଲ୍ଲୀ ପୁଲିସ କହିଛି ଯେ କୃଷି ଆଇନକୁ ବିରୋଧ କରି ଏହି ହିଂସା ଏକ ବଡ ଷଡଯନ୍ତ୍ର । ଦିଲ୍ଲୀ ଭିତରେ ପ୍ରବେଶ କରିବା ଚାଷୀଙ୍କ ଉଦ୍ଦେଶ୍ୟ ଥିଲା । ତେଣୁ ସେମାନେ ଲାଲକିଲ୍ଲାରେ ଆନ୍ଦୋଳନ କରିବାକୁ ଯୋଜନା କରିଥିଲେ । ଚାର୍ଜସିଟ୍ ଅନୁଯାୟୀ ଗିରଫ ଅଭିଯୁକ୍ତମାନେ ଏଥିପାଇଁ ଗଣତନ୍ତ୍ର ଦିବସକୁ ଭଲଦିନ ବୋଲି ବାଛିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଲାଲକିଲ୍ଲାରେ ସାହିବଙ୍କ ପତାକା ଉତ୍ତୋଳନ କରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଦେଶକୁ ବଦନାମ କରିବା । ପୁଲିସ ଦାବି କରିଛି ଯେ ଏଥିପାଇଁ ଟ୍ରାକ୍ଟର କିଣାଯାଇଥିଲା । ଯାହାକି ଯୋଜନାବଦ୍ଧ ଥିଲା । ଦିଲ୍ଲୀର ଟ୍ରାକ୍ଟର ପ୍ୟାରେଡ କରିବା ପାଇଁ ଏହି ସବୁ ଟ୍ରାକ୍ଟରକୁ ସ୍ୱତନ୍ତ୍ର ଭାବେ କିଣାଯାଇଥିଲା । ଏହି ଗଣତନ୍ତ୍ର ଦିବସରେ ପ୍ରାୟ ୫୦୦ ପୁଲିସ ଆହତ ହୋଇଥିଲେ । ପୁଲିସ ହରିଆଣା ଏବଂ ପଞ୍ଜାବରେ ଟ୍ରାକ୍ଟର ବିକ୍ରିର ତଥ୍ୟ ଆଣି ଏହି ଚାର୍ଜସିଟରେ ଉପସ୍ଥାପିତ କରିଛି । ଯେଉଁଥିରେ ପଞ୍ଜାବରେ ୨୦୧୯ ତୁଳନାରେ ନଭେମ୍ବର ୨୦୨୦ରେ ଟ୍ରାକ୍ଟର ବିକ୍ରି ୪୩.୫୩ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ଜାନୁଆରୀରେ ଗତବର୍ଷ ତୁଳନାରେ ଟ୍ରାକ୍ଟର ୮୫.୧୩% ଅଧିକ ବିକ୍ରି ହୋଇଛି । ନଭେମ୍ବର ଏବଂ ଡିସେମ୍ବର ୨୦୨୦ ମାସ ତୁଳନାରେ ହରିଆଣାରେ ବିକ୍ରି ୩୧.୮୧% ଏବଂ ୫୦.୩୨% ଅଧିକ ଥିଲା । ଜାନୁଆରୀ ୨୦୨୧ରେ, ଜାନୁଆରୀ ୨୦୨୦ ତୁଳନାରେ ହରିଆଣାରେ ଟ୍ରାକ୍ଟର ବିକ୍ରି ୪୮% ବୃଦ୍ଧି ପାଇଛି । ଏହି ଷଡଯନ୍ତ୍ର ରଚିବାରେ ବହୁ ପରିମାଣରେ ଅର୍ଥ ବ୍ୟବହାର ହୋଇଛି ବୋଲି ଚାର୍ଜସିଟ୍ରେ କୁହାଯାଇଛି । ଚାଜସିଟରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଇକବାଲ ସିଂର ବୟାନ ଉଲ୍ଲେଖ କରିଛି । ଯେଉଁଥିରେ ଶିଖ୍ ଫର ଜଷ୍ଟିସ୍ ଗୋଷ୍ଠୀ ତାଙ୍କୁ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବାରେ ସଫଳ ହେଲେ ତାଙ୍କୁ ନଗଦ ପୁରସ୍କାର ଦେବାକୁ ପ୍ରତିଶୃତି ଦେଇଥିଲା ବୋଲି ଇକବାଲ କହିଛି । ପାଖାପାଖି ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଏକ ଅଡିଓ ରେକର୍ଡ ପୁଲିସ ଜବତ କରିଛି ବୋଲି କୁହିଛି । ପୁଲିସ କହିଛି ଯେ ଅଭିଯୁକ୍ତ ଦୀପ ସିଦ୍ଧୁ ଜଣେ ପ୍ରଭାବଶାଳୀ ପ୍ରବର୍ତ୍ତକ ଭଳି କାମ କରିଥିଲେ । ପୁଲିସର ସୂଚନାନୁସାରେ ସିଦ୍ଧୁ ଅନେକ ଭିଡିଓରେ କହିଥଲେ ଯେ ସେମାନେ ଲାଲକିଲ୍ଲାରେ ପ୍ରବେଶ କରିବେ । ପୁଲିସ କହିଛି ଯେ ଗିରଫ ଅଭିଯୁକ୍ତ ତଥା ଅନ୍ୟ ସଦସ୍ୟମାନେ ସାଧାରଣ ଉଦ୍ଦେଶ୍ୟରେ ଦଙ୍ଗା କରିଥିଲେ । ସାଧାରଣ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଐତିହ୍ୟ ଭଙ୍ଗାରୁଜା କରିଥିଲେ ଯାହାକି ସରକାରଙ୍କୁ କ୍ଷତି ପହଞ୍ଚାଇଛି ।

Comments (0)
Add Comment