-ଦୁଇଟି ଅକ୍ସିଜେନ ପ୍ଲାଂଟର ନିର୍ମାଣ କାର୍ଯ୍ୟ ୨ ରୁ ୩ ମାସ ଭିତରେ ଶେଷ ହେବ
ଜୟପୁର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଳା ଜୟପୁର ଗସ୍ତ କରି ଫେରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଏମାନେ ପ୍ରଥମେ ଜୟପୁର ଏୟାଷ୍ଟ୍ରିପରେ ସ୍ୱତନ୍ତ୍ର ହେଲିକେପ୍ଟରରେ ପହଂଚିଥିଲେ । କୋରାପୁଟ ଜିଲାର କୋଭିଡ ଉପରେ ସମିକ୍ଷା କରିଥିଲେ ମୁଖ୍ୟ ସଚିବ । କୋରାପୁଟ ଜିଲାପାଳ ଅବଦୁଲ ଅଖତାର, ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ଥିଲେ ।
ଏହି ଗସ୍ତ ସମୟରେ ଜୟପୁର ଘରୋଇ ହସପିଟାଲ ଗ୍ଲୋକାଲ ମେଡିକଲକୁ ଯାଇ ଭିତିଭୂମି ସମିକ୍ଷା କରି ସେଥିରେ ସନ୍ତୁଷ୍ଟ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅତି ଶିଘ୍ର ଏହା କୋଭିଡ ମେଡିକାଲ ଭାବେ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ବର୍ତମାନ କୋରପୁଟ ଜିଲ୍ଳାରେ କୋଭିଡ ନିୟନ୍ତ୍ରାଧିନ ରହିଛି । କୋରାପୁଟ ଜିଲ୍ଳାରେ ପଜିଟିଭିଟି ରେଟ ବିଗତ ଦିନରେ ୨୦ ପ୍ରତିଶତ ଥିବା ବେଳେ ବର୍ତମାନ ୧୩ ପ୍ରତିଶତ ରହିଛି । କୋରାପୁଟ ଜିଲ୍ଳାରେ ମଧ୍ୟ ୧୮ ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ୨୦ ହଜାର କୋଭିଡ ଟିକା ଦିଆଯାଇଛି ତାହା ଚାଲିଛି ଖୁବ ଶିଘ୍ର ଜୟୁପରରେ ମଧ୍ୟ ଟିକା ଦେବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶସନ ସଚିବ ସୂଚନା ଦେଇଛନ୍ତି । ଜୟପୁରରେ ନୂତନ ଦ୍ୱିତିୟ କୋଭିଡ ହସପିଟାଲ ଖୋଲିବା ନେଇ ପ୍ରସ୍ତାବ ହୋଇଥିଲା ତାହାକୁ ଆଜି ପରିଖିଛନ୍ତି ମୁଖ୍ୟ ଶାସନ ସଚିବ ।
ଜୟପୁର ସ୍ଥିତ ଜିଲ୍ଳା ଚିକିତ୍ସାଳୟ ଓ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ୨ଟି ପ୍ଲାଂଟର ନିର୍ମାଣ କାର୍ଯ୍ୟ ୨ ରୁ ୩ ମାସ ଭିତରେ ଶେଷ ହେବାକୁ ଯାଉଛି । ମେଡିକାଲ କଲେଜରେ ୬୫୦ ବେଡ୍ ଓ ଜୟପୁର ଜିଲ୍ଳା ଚିକିତ୍ସାଳୟରେ ୨ ଶହ ଅତିରିକ୍ତ ବେଡ୍ ବଢାଯିବା ନେଇ ସ୍ଥିର କରାଯାଇଛି । ଜୟପୁର ଜିଲ୍ଳା କୋଭିଡ ହସପିଟାଲରେ ମଧ୍ୟ ଆବଶ୍ୟକିୟ ମାତ୍ରରେ ବେଡ ରହିଛି । ପୂର୍ବରୁ ପଜିଟିଭଭିଟି ରେଟ ୧୯ରୁ ୨୦ ପ୍ରତିଶତ ଥିବା ବେଳେ ଏବେ ଏହାରୁ ଖସି ୧୧ରୁ ୧୨ ପ୍ରତିଶତରେ ପହଂଚିଛି । ଟେଷ୍ଟିଂ ମଧ୍ୟ ଅଧିକା ରହିଛି । ଯାହାକି ଜିଲ୍ଳା ପାଇଁ ଭଲ ଖବର । ଅତି ଶିଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ ।
ବିଧାୟକ ପାଣ୍ଠିରୁ ୨ଟି ଲାଇଫ ସପୋର୍ଟ ଅମ୍ବୁଲାନ୍ସକୁ ସ୍ୱିକୃତି ଦେବା, ଜୟପୁର ରେ ୧୮ ବର୍ଷ ରୁ ଉଦ୍ଦ ବ୍ୟକ୍ତି ବେଶେଷକୁ ଟିକା ଦେବା, ବୋରିଗୁମ୍ମା ଓ ଜୟପୁରରେ ଡାକ୍ତର ନିଯୁକ୍ତି, ଜୟପୁର ଏୟାରପୋର୍ଟକୁ ୧୫ ଶହ ମିଟର ବୃଦ୍ଧି ପାଇଁ ବିଧାୟକ ବାହିନିପିତ ସାକ୍ଷାତ କରି ୪ଟି ଦାବି ଉପସ୍ଥାପନ କରିବା ସହ ମୁଖ୍ୟ ଶାସନ ସଚିବ ପ୍ରତିଶୃତି ମଧ୍ୟ ଦେଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଏଡିଏମ ଦେବେନ କୁମାର ପ୍ରଧାନ, ଜୟପୁର ଉପ ଜିଲ୍ଳାପାଳ ହେମକାନ୍ତ ସାୟ, ଜିଲ୍ଳା ଚିକିତ୍ସାଧିକାରି ମକରନ୍ଦ ବେଉରାଙ୍କ ସହ ପ୍ରଶାସନିକ ଅଧିକାରି ମାନେ ଉପସ୍ଥିତ ଥିଲେ । ମୁଖ୍ୟ ସଚିବ ଜୟପୁର ଏୟାରପୋର୍ଟରେ ମଧ୍ୟ ସମିକ୍ଷା କରି ଫେରିଥିବା ଜଣାଯାଇଛି । ଜିଲ୍ଳା ପ୍ରଶାସନ ତରଫରୁ ସଚିବଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।