ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଶରଧାପୁର ଗ୍ରାମ ପଞ୍ଚାୟତର ମାଳିବାରି ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।ତେବେ ମୃତକଙ୍କ ପରିବାର ବର୍ଗ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମର ଚନାଭଟା ସାହିର ଗୋମତୀ ନାୟକଙ୍କ ଝିଅ ଠୁବେ ନାୟକ (୩୦)ଙ୍କୁ ଚନ୍ଦାହାଣ୍ଡି ଥାନା ଶରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲବାରି ଗ୍ରାମର ଧର୍ମୁ ମାଝୀଙ୍କୁ ଗତ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ।ପରେ ରୀତିନୀତି ଅନୁସାରେ ବିବାହ କରିଥିଲେ।ସେମାନଙ୍କ ତିନି ବର୍ଷର ପୁଅଟିଏ ଅଛି।ତେବେ ମୃତ ଠୁବେ ନାୟକଙ୍କ ମା ଗୋମତୀ ନାୟକଙ୍କ ଏତଲା ପ୍ରକାରେ ଝିଅ ଠୁବେର ବିବାହ ସମୟରେ ମା ଗୋମତୀ ଯୌତୁକ ବାବଦକୁ କିଛି ଘର କରଣା ସାମଗ୍ରୀ ଦେଇଥିବା ବେଳେ ଅଧିକ ଯୌତୁକ ଦାବି କରି ଧର୍ମୁ ମାଝୀ ନିଜ ସ୍ତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା।ଏଭଳିକି ଗତ ୧ ତାରିଖ ଦିନ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଏବଂ ଧର୍ମୁ ତାଙ୍କୁ ମାରପିଟ କରୁଥିବା ନେଇ ମୃତ ଠୁବେ ନିଜ ମାଙ୍କୁ ଫୋନ କରି ଜଣାଇଥିଲେ।ଏହାପରେ ଭୋର ୪.୩୦ଟା ସମୟରେ ଧର୍ମୁ ତାଙ୍କ ଶାଶୁଙ୍କୁ ଫୋନକରି  ତୁମ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି କହିଥିଲେ ।ଖବର ପାଇ ମୃତ ଠୁବେଙ୍କ ମା ଗୋମତୀ ଘଟଣା ସ୍ଥଳରେ ପହ୍ଞ୍ଚି ଏହାଏକ ସୁଚିନ୍ତିତ ହତ୍ୟାକାଣ୍ଡ ଝିଅ ଆତ୍ମହତ୍ୟା କରିନି ,ତାକୁ ଜ୍ବାଇଁ ହତ୍ୟା କରିଥିବା ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।ଏନେଇ ଥାନାରେ କେସ ନଂ-୬୬/୨୧ ରେ ଏକ ମାମଲା ରୁଜୁ ହୋଇଛି।ଭବାନିପାଟଣାରୁ ବୈଷୟିକ ଦଳ ସନ୍ଧ୍ୟାରେ ପହଂଚିବା ପରେ ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ସରିବା ପରେ ମୃତ୍ୟର କାରଣ ଜଣାପଡିବ ବୋଲି ଥାନାଅଧିକାରୀ ପ୍ରେମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।

Comments (0)
Add Comment