ଡୁମାଣୀ ଖବରର ପ୍ରଭାବ: ବନିତା ନିକଟରେ ପହଞ୍ଚିଲେ ବିଧାୟକ

ଚନ୍ଦାହାଣ୍ଡି ୦୭/୦୬ : ‘ଡୁମାଣୀ ଖବର’ରେ ଏ ସମ୍ପର୍କରେ ଗତ ୫ ତାରିଖ ଦିନ  ଶିଶୁକନ୍ୟା ଚିକିତ୍ସାରେ ଅର୍ଥ ସାଜିଛି ବାଧକ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ବାପ-ମା’ ଖବର ପ୍ରସାରଣ ପରେ ଅସହାୟ ଝିଅର ପରିବାରକୁ ସହାୟତା ପାଇଁ ଦେଶ ବିଦେଶରୁ ଲମ୍ବିଛି ସାହାର୍ଯ୍ୟର ସୁଅ। ଭେଟିଛନ୍ତି ସ୍ଥାନୀୟ ବିଧାୟକ । ଉତ୍ତମ ଚିକିତ୍ସା ଲାଗି ଖର୍ଚ୍ଚ ବହନ କରିବା ନେଇ ଦେଇଛନ୍ତି ପ୍ରତିଶୃତି। ଟଙ୍କା ଅଭାବରୁ କୁନି ଝିଅର ଚିକିତ୍ସା ହୋଇପାରୁନଥିଲା। ହେଲେ ଡୁମାଣି ଖବରରେ ପ୍ରସାରଣ ପରେ କୁନି ଝିଅ ବନିତା ର ଦୁଃଖ ବିଷୟରେ। ବର୍ତମାନ ଦେଶ ବିଦେଶରୁ ଛୁଟିଛି ସାହାର୍ଯ୍ୟର ସୁଅ। ତେବେ ସ୍ଥାନୀୟ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ଉକ୍ତ ଗବାଗୁଡା ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିବା ସହ ଝିଅ ବନିତାର ଦୁଃଖ ଦେଖି ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗେଇ ଦେବା ପାଇଁ ଆଗେଇ ଆସିଛନ୍ତି।ଭୁବନେଶ୍ୱରରେ ଉତ୍ତମ ଚିକିତ୍ସା ଲାଗି ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ବହନ କରିବା ନେଇ ମଧ୍ୟ ଦେଇଛନ୍ତି ପ୍ରତିଶୃତି ।ଚଳିତ ଦିନ ଝରୀଗାଁ ସିଏଚସି ଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ଦୁଇଦିନ ପରେ ଭୁବନେଶ୍ୱର ନେବେ ବୋଲି କହିଛନ୍ତି ବନିତାର ପିତା।ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ଜିଲା ଅନ୍ତର୍ଗତ ଝରୀଗାଁ ବ୍ଲକ ଚଚା ପଞ୍ଚାୟତ ଅଧୀନସ୍ଥ ଗବାଗୁଡା ଗାଁର ଗୁମାନ ଗୌଡ଼ଙ୍କ ଛଅ ବର୍ଷର ଝିଅ ବନିତା ବସ ଦୁର୍ଘଟଣାରେ ଆହତ ହେବାପରେ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା।ଗୋଡ଼ରେ ଷ୍ଟିଲରଡ଼ ଖୋଲାଯାଇ ପାରୁନଥିଲା।ଯେଉଁଥି ପାଇଁ ଦୀର୍ଘଦିନ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲା ଆଉ ବାଡ଼ିର ସାହାରା ନେଇ ଚାଲୁଥିଲା।ଏ ସମନ୍ଧରେ ବିସ୍ତୃତ ରିପୋର୍ଟ ଡୁମାଣୀ ଖବରରେ ପ୍ରସାରଣ ପରେ ପରିବାର ପ୍ରତି ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିବାରେ ଦେଖିବାକୁ ମିଳିଛି।ଏ ସମ୍ପର୍କରେ ପରିବାର ଲୋକେ ଡୁମାଣୀ ଖବରକୁ ଧନ୍ୟବାଦ ଜଣେଇବା ସହ ସ୍ଥାନୀୟ ବିଧାୟକଙ୍କ ମହାନତାକୁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି।

Comments (0)
Add Comment