ପାଣି ପ୍ରକଳ୍ପ ଥାଇ ମଧ୍ୟ ପାଣି ପାଇଁ ହନ୍ତସନ୍ତ

ଚନ୍ଦାହାଣ୍ଡି ୧୫/୦୬(ଡିକେ ନ୍ୟୁଜ) : ଆମକୁ ପାତରଅନ୍ତର କରାଯାଇଛି,  ତଳ ସାହିକୁ ପାଣି ଯୋଗାଣ ହେଉଛି ଓ ଆମ ଉପର ସାହିକୁ ପାଣି ଦିଆଯାଉନାହିଁ l ଯଦି ଆମକୁ ପାଣି ନ ଦେଉଛନ୍ତି ତ କିଛି ଦୁଃଖ ନାହିଁ,  ତାଙ୍କର ପଟ୍ଟା ଜମିରେ ପାଣି ଟାଙ୍କି ତିଆରି ହୋଇଥାଏ ହେଲେବି କାଢ଼ି ଫିଙ୍ଗି ଦିଅନ୍ତୁ ଆମର ଆପତ୍ତି ନାହିଁ ବୋଲି କ୍ଷୋଭର ସହ କହୁଛନ୍ତି ପାଣି ପାଇଁ ତରସି ଯାଉଥିବା ଭୋଜପୁର ବାସିନ୍ଦା l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଭୋଜପୁର ଗାଁର l ଗାଁରେ ସାଧାରଣ ଜନତାଙ୍କ ପିଇବା ପାଣି ର ବ୍ୟବସ୍ଥା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଏକ ପଚାଶ ହଜାର ଟଙ୍କା ବ୍ୟୟରେ ଏକ ପାଣି ଟାଙ୍କି ନିର୍ମାଣ କରି ପ୍ରତି ଘରକୁ ଏକ ପାଣି ଷ୍ଟାଣ୍ଡ ପଏଣ୍ଟ ସଂଯୋଗ କରାଯାଇଥିବାବେଳେ ଏଥିରେ ବର୍ଷ ବର୍ଷ ଧରି ପାଣି ଯୋଗାଣ ହେଉନଥିବା ଅଭିଯୋଗ ଆଣିଛନ୍ତି ଗାଁ ବାସୀ l ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ଆଣିଥିଲେ ବି ଫଳ ରହିଛି ଶୂନ l ଲୋକଙ୍କ ଅଭିଯୋଗ ପ୍ରକାରେ ଯିଏ ପାଣି ଟାଙ୍କି ରୁ ପାଣି ଯୋଗାଣ ଦାୟିତ୍ଵ ରେ ରହିଛନ୍ତି ଯଦିଓ ତାଙ୍କୁ ବିଭାଗ ପକ୍ଷରୁ କୌଣସି ନିଯୁକ୍ତି କିମ୍ବା ଦାୟିତ୍ଵ କ୍ଷମତା ପ୍ରଦାନ କରାଯାଇ ନାହିଁ ତେବେ ସେ ବ୍ୟକ୍ତି କୌଣସି ପାରିଶ୍ରମିକ ନ ନେଇ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ତାଙ୍କର ପଟ୍ଟା ଜମିରେ ଲକ୍ଷ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ନିର୍ମାଣ ପାଇଁ କେଉଁ ନିୟମ ଅନୁସାରେ ସର୍ବସାଧାରଣଙ୍କୁ ପାଣି ଯୋଗାଣ ପାଇଁ ଏକ ଅନୁସୂଚିତ ଜାତି ର ବ୍ୟକ୍ତି ଙ୍କ ଚାଷ ଜମିରେ ନିର୍ମାଣ କଲେ ଯାହାର ଫଳସ୍ୱରୂପ ଆଜି ସରକାରୀ ଅର୍ଥ ର ମନଇଚ୍ଛା ବ୍ୟୟ ହୋଇ,ସାଧାରଣ ଜନତାଙ୍କ କାମରେ ଆସୁନାହିଁ ଯାହାକି ଆଜି ଚର୍ଚ୍ଚା ର ବିଷୟ ହେଉଛି l ତେବେ ଉକ୍ତ ପାଣି ପମ୍ପ ଦାୟିତ୍ଵ ରେ ଥିବା ବ୍ୟକ୍ତି ଙ୍କ ସମ୍ପର୍କୀୟ ଆମ ପଟ୍ଟା ଜମିରେ ପାଣି ଟାଙ୍କି ନିର୍ମାଣ ହୋଇଥିବା ବେଳେ ଆମକୁ ଏକ ବୋରୱେଲ୍ ଟିଏ ଖନନ କରିଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମୌଖିକ ବୟାନ ଦେଇଥିବା ବେଳେ କାମ କଲେ ଗାଁ ଲୋକେ କେହି ମଧ୍ୟ କିଛି ପାରିଶ୍ରମିକ ଦେଉନଥିବା ନେଇ ଉତ୍ତର ରଖିଛନ୍ତି l ତେବେ ଗାଁ ଲୋକ ପାଣି ସମସ୍ଯା ର ସମୂଖୀନ ହେବା ଜାଣି ସାରିବା ପରେ ମଧ୍ୟ ପ୍ରଶାସନ କାହିଁକି ଚୁପ୍ ଚାପ୍ ବସିଛି ତାହା ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ତେବେ ଭୋଜପୁର ଗାଁ ର ପାଣି ସମସ୍ୟା ନେଇ ପ୍ରଶାସନ ପକ୍ଷରୁ କିଭଳି ତତ୍ପରତା ପ୍ରକାଶ ପାଇ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା l

Comments (0)
Add Comment