ସୀମାନ୍ତ ରାବଗୁଡା ଜଙ୍ଘଲରୁ ୨୦ କେଜି ଓଜନର ପ୍ରେସର ମାଇନ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅଞ୍ଚଳରୁ ଆଜି ସକାଳୁ କୋବ୍ରା ଯବାନ ମାନେ ୨୦ କେଜି ଓଜନର ଏକ ପ୍ରେସର ମାଇନ କୁ ଉଦ୍ଧାର କରି ନିଷ୍କ୍ରିୟ କରିଥିବା ଜଣାପଡିଛି ।ଚିନ୍ତଲନାର ଥାନାଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ରାବଗୁଡା ପାହାଡ଼ରେ  ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଏକ ପ୍ରେସର ମାଇନ ଲଗାଇଥିବା ସୂଚନା ପାଇଁ ଆଜି ସକାଳ ୮ ଟା ୩୦ ମିନିଟ ସମୟରେ ୨୦୧ କୋବ୍ରା ବାଟାଲିଆନର ଯବାନ ମାନେ ଉକ୍ତ ଅଞ୍ଚଳକୁ ଯାଇଥିଲେ ।

ପାହାଡ଼ରେ ସର୍ଚ୍ଚ ଅପେରସନ କରିବା ବେଳେ ଗୋଟିଏ ଗଛ ନିକଟରେ ମାଓବାଦୀ ମାନେ ପ୍ରେସର ମାଇନ ଲଗାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ବମ ନିଷ୍କ୍ରିୟ କାରି ଦଳଙ୍କୁ ଖବର ଦେବାରୁ ସେମାନେ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ପ୍ରେସର ମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ । ଗତ କିଛିଦିନ ହେଲା ମାଓବାଦୀ ମାନେ ସୁକୁମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଯବାନଙ୍କୁ ଟାର୍ଗେଟ କରି ପୋତି ଥିବା ଲ୍ୟାଣ୍ଡମାଇନ, କ୍ଳେମର ମାଇନ, ପ୍ରେସର ମାଇନ ଓ ସ୍ପାଇକ ହୋଲକୁ ଠାବ କରି ମାଓବାଦୀ ଯୋଜନାକୁ ଫଣ୍ଡ କରିଛନ୍ତି ।