ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ

ପୁରୀ : ଆଜି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲୁ ରହିଛି । ୬ଟା ୫୦ରେ ଦ୍ୱାରଫିଟା, ୭ଟା ୧୫ ମିନିଟରେ ଭିତର ଶୋଧ, ୭ଟା ୨୦ ରେ ମଙ୍ଗଳ ଆଳତୀ, ୭ଟା ୨୫ ମଇଲମ, ୭ଟା ୫୦ ତଡ଼ପ ଲାଗି, ୮ଟାରେ ଅବକାଶ ପୂଜା, ୮ ଟା ୨୦ ରେ ମଇଲମ, ୯ଟାରେ ସୂର୍ଯ୍ୟପୂଜା, ୯ଟା ୧୫ ରେ ଦ୍ୱାରପାଳ ପୂଜା, ୯ଟା ୩୫ ରେ ଗୋପାଳ ବଲ୍ଲଭ ଭୋଗ, ୧୦ଟା ୧୫ ରେ ସକାଳ ଧୂପ ନୀତି ପରେ ୧୧ଟା ୫୫ ମିନିଟ୍ ରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ତିନୋଟି ଆଜ୍ଞାମାଳ ତିନି ଜଣ ସେବକ ତିନି ବାଡ଼ରୁ ଆଣି ତିନି ରଥରେ ବିଜେ କରାଇଥିଲେ । ପରେ ପରେ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବଡ଼ଦାଣ୍ଡରେ ପିଚୁ ଉପରେ ବାଲି ପକାଯାଇଛି ।