ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଆସନ୍ତାକାଲିଠୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

କଟକ : କୋଭିଡ଼୍ କଟକଣାକୁ ଅନୁପାଳନ କରି କଟକ ଜିଲ୍ଲାରେ ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲିବ ସମସ୍ତ ଧର୍ମନୁଷ୍ଠାନ । ଏନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି । ତେବେ କଟକ ସହରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ କି ନାହିଁ ସେନେଇ କଟକ ମହାନଗର ନିଗମ (ସିଏମସି) ନିଷ୍ପତି ନେବ ବୋଲି ସୂଚନା ମିଳିଛି ।