ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସଂସ୍କୃତି ସ୍ୱାଇଁ ଦଶମ ଶ୍ରେଣୀରେ କୋଟପାଡ଼ର ଟପ୍ପର

କୋଟପାଡ଼ : ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀର ପରୀକ୍ଷାଫଳରେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକ ପାଇଁ ସୁଶ୍ରୀ ସଂସ୍କୃତି ସ୍ବାଇଁ ସର୍ବାଧିକ ମାର୍କ ରଖି ପ୍ରଶଂସାର ପାତ୍ର ପାଲଟିଛନ୍ତି।ସେ କୋଟପାଡ ଆଦର୍ଶ ବିଦ୍ୟାଳୟ ରେ ପାଠ ପଢୁଥିବାବେଳେ କୋଟପାଡ଼ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ନରେନ୍ଦ୍ର ସ୍ୱାଇଁଙ୍କ ଝିଅ।ସେ ଚଳିତ ବର୍ଷ ଦଶମ ପରୀକ୍ଷା ରେ ମୋଟ ୫୦୦ ମାର୍କରୁ ୪୫୭ ମାର୍କ(92%)ମାର୍କ ଆଣି ଉଭୟ ଏଚଏସି ଓ ସିବିଏସଇ ବୋର୍ଡ ରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖିବାର ଗୌରବ ହାସଲ କରିଥିବାରୁ କୋଟପାଡ ଅଞ୍ଚଳରୁ ସୁଶ୍ରୀ ସ୍ୱାଇଁ ଙ୍କ ପାଇଁ ସୁବେଛା ର ବାର୍ତା ଛୁଟିଛି।ଆମ ପ୍ରତିନିଧି ପଚାରିବାରୁ ସୁଶ୍ରୀ ସ୍ୱାଇଁ ଦିନକୁ ୧୦ ଘଣ୍ଟା ପାଠ ପଢ଼ୁଥିବା କଥା ଜଣେଇଥିବାବେଳେ ସଫଳତାର ଶ୍ରେୟ ନିଜ ଗୁରୁଜନ ଓ ଆଦର୍ଶ ବିଦ୍ୟାଳୟ କୋଟପାଡ଼ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଇଛନ୍ତି।କୋଟପାଡ଼ ଅଞ୍ଚଳରେ ସୁଶ୍ରୀ ସ୍ୱାଇଁ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ର କାମନା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପଦ୍ମିନୀ ଦିଆନ,ଅଜିତ ପଟନାୟକ,ପ୍ରଶାନ୍ତ ମହାନ୍ତି, ସୁଶାନ୍ତ ବକ୍ସି,ଗଣେଶ ପଣ୍ଡା ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କରିଛନ୍ତି। 

Comments (0)
Add Comment