ସମ୍ବାଦ ଆମ ଓଡିଶା ଏବଂ ପରିଡ଼ା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼ : ବୁଧୁବାର ସକାଳ ୯ ଟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସମ୍ବାଦ ଆମ ଓଡିଶା ଏବଂ ପରିଡ଼ା ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ରୂପେ ଟିଟଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ସତ୍ୟବାନ, ତହସିଲଦାର ପ୍ରେମ୍ ଲାଲ ହିଆଲ୍ ଯୋଗ ଦେଇଥିଲେ । ଶିବିର ଆରମ୍ଭ ହେବା ପୂର୍ବରୁ ପ୍ରଥମେ ମା ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ଅତିଥିବୃନ୍ଦ ମାଲ୍ୟାର୍ପଣ କରି ଧୂପ ଦୀପ ଦେଇ ନଡ଼ିଆ ବାଡ଼େଇବା ପରେ ରକ୍ତଦାନ କାର୍ଯ୍ୟ ଆରମ୍ଭ କରଯାଇଥିଲା ।

ମନ୍ତ୍ରୀ ଶ୍ରୀମତି ସାହୁ ରକ୍ତ ଦାନ କରିଥିବା ମହିଳାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ପରିଡ଼ା ମେମୋରିଆଲ ଟ୍ରଷ୍ଟର ଶିବ ପରିଡା, ମୁକେଶ, ଯତୀନ ମହାନ୍ତି, ଓ ୟୁ ଜେ ବଲାଙ୍ଗିର ଜିଲ୍ଲା ସଭାପତି ଦୀପକ ସମାଦ୍ଦ।ର, ସରପଞ୍ଚସଙ୍ଘସଭାପତି ବୀରବର ସାହୁ, ଟିଟିଲାଗଡ଼ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀ ଏବଂ ତାଙ୍କ ଟିମର ସଦସ୍ୟ, ନାରୀ ଦି ଭଏସ ଅଫ ଓମେନର ଅଞ୍ଜଳି ବେହେରା, ସୁଜାତା ଖୋସଲା ଏବଂ ଅନ୍ୟାନ୍ୟ ସଦସ୍ୟ। ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ , କୁନାଭାଟି, ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଗଜେନ୍ଦ୍ର ନାଥ ରାଉତ, ଉମେଶ ମଛଖଣ୍ଡ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ଶିବିର ଶେଷ ହେବା ପର୍ଯ୍ୟନ୍ତ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ଦେଇଛନ୍ତି ଆୟୋଜକ ଶିବ ପରିଡା ।

Comments (0)
Add Comment