ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗ୍ରସ୍ଥ : ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରୁଥିବା ଯୋଗୁଁ ମାଲକାନଗିରି ଚଳଚଞ୍ଚଳ ହୋଇପଡିଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୫୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ପୂର୍ବ ପ୍ରସ୍ତୁତି ଜୋରସୋରରେ କରୁଛି । ମାଲକାନଗିରି ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ମନ୍ତ୍ରୀମାନେ କରିବେ । ବ୍ଲକ ଓ ପଞ୍ଚାୟତରେ ମନ୍ତ୍ରୀମାନେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବେ । ଏହି ସ୍ମାର୍ଟ କାର୍ଡ ଦ୍ୱାରା ପରିବାରର ସମସ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପାଇପାରିବେ ଏବଂ ମହିଳାମାନେ ଅଧିକା ୫ ଲକ୍ଷ ଟଙ୍କାର ବୀମା ପାଇପାରିବେ ବୋଲି କୁହାଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏଥିପାଇଁ ସମସ୍ତ ସରାକରୀ କଳକୁ ମଧ୍ୟ ଲଗାଯାଇଛି । ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ,ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ପଦ୍ମନାଭ ବେହେରା, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ତୁଷାର କାନ୍ତି ବେହେରା, ଆକାଶ ଦାସ, କୁନା ତ୍ରିପାଠୀ, ଈଶ୍ୱର ପାଣିଗ୍ରାହୀ, ଚନ୍ଦ୍ର ସାରଥୀ ବେହେରା, ପୂର୍ଣ୍ଣଚନ୍ଦ୍ର ବାକା, ମାନସ ମାଡକାମୀ, ଦୁର୍ଗା ତ୍ରିପାଠୀ, ଗୋପାଳ ପଣ୍ଡା, ନୃସିଂହ ଚରଣ ମହାନ୍ତି, ପ୍ରଭାକର ପ୍ରଧାନ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରସୋରରେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖିପୋଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । କୌଣସି ଯାନବାହନକୁ ସଂସ୍କୃତି ଭବନ ନିକଟକୁ ଛଡାଯାଉ ନାହିଁ । ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ହିତାଧିକାରୀଙ୍କୁ ଆଜି କୋଭିଡ ଟେଷ୍ଟ କରାଯାଇଛି । ସମସ୍ତେ ନେଗେଟିଭ ହେଲେ ହିଁ ଭିତରକୁ ଛଡାଯିବ ବୋଲି କୁହାଯାଇଛି । ସେହିପରି କୋଭିଡ ନିୟମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ମନ୍ତ୍ରୀମାନଙ୍କୁ ଦେଖିବା ପାଇଁ ସାଧାରଣ ଜନତା ମଧ୍ୟ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ କିନ୍ତୁ ଗହଳି କରିବାକୁ ଦେଉନାହାନ୍ତି । ସର୍କିଟ୍ ହାଉସରେ ସମସ୍ତ ମନ୍ତ୍ରୀଙ୍କୁ ରଖାଯାଇଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments (0)
Add Comment