ଟିଟିଲାଗଡ଼ ପୌରପରିଷଦରେ କାମ କରୁଥିବା ସ୍ବଚ୍ଛ ସାଥୀ ଏବଂ ସ୍ବଚ୍ଛ ସୁପର ଭାଇଜର ମାସ ମାସ ହେଲା ପାଇ ନାହାଁନ୍ତି ଦରମା

ଟିଟଲାଗଡ : ସରକାର ରାଜ୍ୟ ବ୍ୟାପି ସ୍ବଚ୍ଛତା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସ୍ବଚ୍ଛ ସାଥି ଏବଂ ସ୍ବଚ୍ଛ ସୁପର ଭାଇଜର ମ।ନଙ୍କୁ ନିଯୁକ୍ତି ଦେଲେ, ସେମାନେ ବହୁତ ଭଲ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି । ଟିଟିଲାଗଡ଼ ସହରର ପରିମଳ ତଥା ସ୍ବଚ୍ଛତା ପରିଚାଳନା ପାଇଁ ସ୍ୱଚ୍ଛ ସାଥୀ(୧୩) ଏବଂ ସ୍ୱଚ୍ଛ ସୁପର ଭାଇଜର(୪) ଜଣ ଅଛନ୍ତି । ପାଖାପାଖି ଆଠ ମାସ ହେଲା ସେମାନେ ତାଙ୍କ ଦରମା ପାଇନାହାନ୍ତି । ଲୋକଙ୍କ ଠାରୁ ୟୁଜର ଫିଜ୍ ସଂଗ୍ରହ କରି ଜମା ନ କଲା ଯାଏଁ ଦରମା ପ୍ରଦାନ କରାଯିବ ନାହିଁ ବୋଲି ସେମାନଙ୍କ ଅଧିକାରି କହିଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ କରିଛନ୍ତି । କାର୍ଯ୍ୟରତ ସାଥି ଏବଂ ସୁପର ଭାଇଜର ମାନେ ଚାକିରିରେ ଯୋଗଦାନ ପୂର୍ବରୁ ଏମିତି କିଛି କୁହାଯାଇ ନ ଥିବାବେଳେ ଏବେ ୟୁଜର ଫିଜ ସଂପୂର୍ଣ୍ଣ ସଂଗ୍ରହ ନ କରିବା ଯାଏଁ ଦରମା ନ ଦେବା କଣ ଠିକ ବୋଲି ଗୁହାରି କରିଛନ୍ତି ।

ପୂର୍ବରୁ ପୂର୍ବତନ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ଵେ ମଧ୍ୟ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ଦରମା ପାଇଁ ଘରୁ ଗୋଡ କାଢି ଚାକିରି କଲେ କିନ୍ତୁ ମାସ ମାସ ଧରି ଦରମା ନ ମିଳିବା ଏବେ ସେମାନଙ୍କ ପାଇଁ କଷ୍ଟ ହୋଇ ଗଲାଣି, ଅନ୍ୟ ସ୍ଥାନରେ ମାସକୁ ମାସ ଦରମା ମିଳୁଥିବା ବେଳେ ଟିଟିଲାଗଡ଼ରେ କଣ ନୀୟମ ଅଲଗା କି ବୋଲି ପ୍ରଶ୍ନ କରିବା ସହ ଯଥା ଶୀଘ୍ର ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

Comments (0)
Add Comment