ଖଟିଆରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର । ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ କୁନିଗୁଡା ଗ୍ରାମର ବନ୍ଧୁ ଖିଲଙ୍କ ସ୍ତ୍ରୀ ଜେମାଖିଲଙ୍କ ଆଜି ଗର୍ଭ ଯନ୍ତ୍ରଣା ହେବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ନିର୍ମାଣ କାମ ଚାଲିଥିବାରୁ ବର୍ଷା ଯୋଗୁଁ ଆମ୍ବୁଲାନ୍ସ ଗାଁ ନିକଟକୁ ଯାଇପାରିନଥିଲା । ଫଳରେ ପରିବାର ଲୋକ ଜେମାକୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।ସେଠାରୁ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ଅଣାଯାଇଥିଲା ।

Comments (0)
Add Comment