ମାହାଙ୍ଗା ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ସ୍ତ୍ରୀ ଗୋକନ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ନିଳୀମା ନାୟକଙ୍କ ଦବଂଗିରି

ମାହାଙ୍ଗା : କିଛି ଛାତ୍ରୀ, ସ୍କୁଲକୁ ସାଙ୍ଗରେ ପାଣି ବୋତଲ ନ ଆଣିବାରୁ ଶିକ୍ଷୟିତ୍ରୀଙ୍କ ହିଟଲରୀ ଶାସନ। ଦୀର୍ଘ ୪୦ ମିନିଟରୁ ଉର୍ଦ୍ଧ୍ବ ସମୟ ଖରା ଗରମରେ କାନ ଧରି ଆଣ୍ଠୁରେ ଗୋଡ଼ି ଦେଇ ଆଣ୍ଠେଇ ଦେଲେ ଦବଙ୍ଗ ଶିକ୍ଷୟିତ୍ରୀ ନିଳୀମା ନାୟକ । ସେହି ଛାତ୍ରୀ ବେହୋସ୍ ହୋଇଯାଇଥିବା ବେଳେ ଆଉ କିଛି ଛାତ୍ରୀ ତଳେ ପଡ଼ି ଯାଇ ବେହୋସ୍ ହେବାରୁ ଗଲେ ମେଡିକାଲ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ନବମ ଶ୍ରେଣୀର କିଛି ଛାତ୍ରୀ ଘରୁ ପିଇବା ପାଣି ବୋତଲ ଆଣି ନଥିବାରୁ ସଂପୃକ୍ତ ଶିକ୍ଷୟିତ୍ରୀ ନିଳୀମା ନାୟକ ଦିନ ୧୧:୩୫ ମିନିଟରୁ ୧୨:୧୫ ଯାଏଁ ବିଦ୍ୟାଳୟର ବାହାରେ ଖରା ଗରମରେ କାନ ଧରି ଆଣ୍ଠୁରେ ଗୋଡ଼ି ଦେଇ ଆଣ୍ଠେଇ ଦେଇଥିଲେ । ଫଳରେ ଜଣେ ଛାତ୍ରୀ ବେହୋସ୍ ହେବା ସହ ଅନ୍ୟ ଜଣେ ତଳେ ପଡି ଯାଇଥିଲେ । ଖବର ପାଇ ପରିବାର ଲୋକେ ଛାତ୍ରୀମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏ ବାବଦରେ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଦବଙ୍ଗ ଷ୍ଟାଇଲ୍ ରେ କିପରି ଦେଉଛନ୍ତି ଉତ୍ତର, ଆଉ ସାମ୍ବାଦିକଙ୍କୁ ସାମ୍ବାଦିକ ପାଠ ପଢ଼ାଇ, ସେ ଯାହା କରିଛନ୍ତି ସବୁ ଠିକ କରିଛନ୍ତି ବୋଲି କହି ସଫେଇ ଦେଇ ନୀତି ବାଣି ଶୁଣାଇଛନ୍ତି ଓଲଟା ସାମ୍ୱାଦିକ ମାନଙ୍କୁ ।

ସେଠାରେ ଛାତ୍ରୀ ଜଣକ ସୁସ୍ଥ ହେବାପରେ ଘରକୁ ଫେରିଥିଲେ । ଏହି ଘଟଣା ପରେ ପରିବାର ପକ୍ଷରୁ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ସ୍ବାମୀ କୁଆଡ଼େ ମାହାଙ୍ଗା ବ୍ଲକ୍ ଅଧକ୍ଷ ଅଛନ୍ତି ସେଥି ପାଇଁ ମାଡ଼ମ ଏହି ଭଳି ଦବଙ୍ଗ ଗିରୀ ସବୁ ସମୟରେ ଦେଖାଆନ୍ତି । ଏ କଥା ଆମେ କହୁନୁ ସ୍ଥାନୀୟ ଅବିଭାବକ କହିବା କଥା । ଏପଟେ ସରକାର ସ୍କୁଲ ଅଂଚଳକୁ ଦଣ୍ଡ ମୁକ୍ତ ଘୋଷଣା କରିଥିବା ବେଳେ ଶିକ୍ଷୟିତ୍ରୀ ନିଳୀମା ନାୟକ ଏସବୁ ଉଲଂଘନ ସବୁବେଳେ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏଭଳି ମାଡ଼ ମାରିବା ଖରାରେ ଆଣ୍ଠେଇ ଦେବାରୁ ଭୟରେ ଛାତ୍ରଛାତ୍ରୀ ମାନେ ଆଉ ବିଦ୍ୟାଳୟକୁ ଆସିବା ପାଇଁ ରାଜି ହେଉନଥିବା ଦେଖିଵାକୁ ମିଳୁଛି । ତେଣୁ ତୁରନ୍ତ ଏହି ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଛାତ୍ରଛାତ୍ରୀ ମାନଙ୍କୁ ଆଉ ସ୍କୁଲ୍ କୁ ପଠାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅବିଭାବକ ଗଣ ।

Comments (0)
Add Comment