ପୋଷଣ ସହାୟକ ପଦବୀର ନିର୍ଦ୍ଧାରିତ ସମୟ ବୃଦ୍ଧି କରିବା ନିମନ୍ତେ ଦାବି ପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମୂଳ ନିବାସୀ କହିଲେ ଦିଦାୟୀ , ବଣ୍ଡା , କୋୟା ସମ୍ପ୍ରଦାୟ ଲୋକଙ୍କୁ ବୁଝାଏ । ଏହି ସମ୍ପ୍ରଦାୟର ଆଦିବାସୀ ପ୍ରାୟତଃ ପାହାଡିଆ ଏରିଆରେ ବସବାସ କରିଥାନ୍ତି । ଯେଉଁ ଅଞ୍ଚଳକୁ ଯିବା ପାଇଁ ଯୋଗା ଯୋଗ କଷ୍ଟ ଓ ସେହି ଅଞ୍ଚଳରେ ନେଟୱର୍କ ସେବାର ମଧ୍ୟ ଏତେଟା ସୁବିଧା ନାହିଁ ଯାହା ଫଳରେ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ଚାକିରୀ ବାହାରେ ସେମାନେ ଜାଣିବା ପୂର୍ବରୁ ସେହି ଚାକିରିର ଆବେଦନ ପକ୍ରିୟା ସରିଯାଇଥାଏ । ତେବେ ବର୍ତ୍ତମାନ ଯେଉଁ ପୋଷଣ ସହାୟକ ପଦବୀ ବାହାରିଛି ସେହି ପଦବୀ ନିମନ୍ତେ ଏକ୍ସପେରିଏନ୍ସ ମାଗିଛି ଯାହାକି ଅନେକ ଦିଦାୟୀ ପିଲା ମାନଙ୍କ ପାଖରେ ନାହିଁ ଏଥିସହ ଏହି ପଦବୀ ବାହାରିବା ମଧ୍ୟ ଅନେକ ଛାତ୍ର ଛାତ୍ରୀ ଜାଣି ନାହାନ୍ତି ତେଣୁ ଏହି ପଦବୀର ଆବେଦନ ସୀମା ବଢ଼େଇବା ପାଇଁ ଦିଦାୟୀ କାର୍ଯ୍ୟାଳୟ ଘେରାଉ କରି ଦିଦାୟୀ ଉନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Comments (0)
Add Comment