ରାସ୍ତା ପାଲଟିଛି ମରଣଯନ୍ତା

ସାଲେପୁର : କଟକ-ଯାଜପୁର ଏହି ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ସାଲେପୁର ଛତିଆ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା । ରାସ୍ତାର ଅବସ୍ଥା ଏଭଳି ଯେ ବେଳେବେଳେ ଚାଲିଚାଲି ଗଲେ ବି ଦୁର୍ଘଟଣା ହେଉଛି । ପ୍ରତିଦିନ ରାସ୍ତାର ଦୁରବସ୍ଥା ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି । ଶୋଚନୀୟ ଅବସ୍ଥାରେ ସାଲେପୁର ଛତିଆ ପୂର୍ତ୍ତ ସଡ଼କ ରାସ୍ତା । ସାଲେପୁର ଠାରୁ ଆରମ୍ଭ କରି ଖନ୍ଦୋଳ ପର୍ଯ୍ୟନ୍ତ ୯ କିଲମିଟର ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । କୋଉଠି ରାସ୍ତାରେ ପାଣି ଜମି ରହିଛି ତ ଆଉ କୋଉଠି ପିଚୁ ଉଠି ରାସ୍ତା ପୁରା ଖାଲ ହୋଇ ରହିଛି ।

ଦୈନିକ ୪୦ ହଜାରରୁ ଉର୍ଦ୍ଧ ଲୋକ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ବିଭାଗର ନିଘା ନାହିଁ ଏହାର ମରାମତି କରିବା ପାଇଁ ଲୋକେ ଅଭିଯୋଗ କଲେ ପୂର୍ତ୍ତ ବିଭାଗର ଅଧିକାରୀ ଆସି ଖାଲରେ ଡଷ୍ଟ ଗୁଣ୍ଡ ବିଞ୍ଛି ଦେଇଥିବାରୁ ଦେଖିବାକୁ ମିଳିଛି । ହେଲେ ଅସରାଏ ବର୍ଷା ହେଲେ ଯୋଉ କଥାକୁ ସେଇ କଥା । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବାଟୋଇ ମାନେ ଦାବି କରିଛନ୍ତି । ସେପଟେ ବିଭାଗୀୟ ଅଧିକାରି କହିଛନ୍ତି ଟେଣ୍ଡର ହୋଇ ସାରିଛି ଖୁବ୍ ଶୀଘ୍ର କାମ ହେବ । ରାସ୍ତାର ଅବସ୍ଥା କେବେ ସୁଧୁରୁଛି ତାହା ଆଗକୁ ଦେଖିବା ପାଇଁ ବାକି ରହିଲା ।

Comments (0)
Add Comment