ଅଟୋରୁ ୩୦ ଲିଟର ନକଲି ବିଦେଶୀ ମଦ ଜବତ

-ଚାଳକ ସମେତ ୩ ଗିରଫ

ଭଦ୍ରକ : କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ କଟକ ପକ୍ଷରୁ ଆଜି ଭୋରରୁ ୧୬ ନଂ ଜାତୀୟ ରାଜପଥର ଗ୍ରାମାଚଂଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ ଚଢ଼ଉ କରାଯାଇ ଏକ ଅଟୋ ଯୋଗେ ଚାଲାଣ କରାଯାଉଥିବା ୩୦ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ ହଜାରରୁ ଉର୍ଦ୍ଧ୍ୱ ହେବ । ଏହି ନକଲି ବିଦେଶୀ ମଦ ବାଲେଶ୍ୱରରୁ ଖଇରାର ଅଡା ଅଂଚଳକୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଘଟଣାରେ ଅଟୋ ଚାଳକ ସମେତ ୩ ଜଣଙ୍କୁ ଗିରଫ କରାଯିବା ସହ ନକଲି ମଦ ଚାଲାଣରେ ବ୍ୟବହୃତ ଅଟୋକୁ ଜବତ କରାଯାଇଛି ।

ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ କମିଶନର ଆଶିଷ ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥିବା ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ରବି ନାରାୟଣ ପ୍ରଧାନ ଓ ଇନ୍ସପେକ୍ଟର ରମେଶ ଚନ୍ଦ୍ର ପ୍ରଧାନୀ ପ୍ରମୁଖ ସାମିଲ୍ ଥିଲେ ।

Comments (0)
Add Comment