ଜଣେ ଧରାପଡିଲେ, ଜିଲ୍ଲାସାରା ଶିକ୍ଷକ ହରଡ଼ଘଣାରେ ସରୁନି ଶିକ୍ଷକଙ୍କ ସାର୍ଟିଫିକେଟ ଯାଂଚ୍

ରାଉରକେଲା : ପ୍ରାଥମିକ ଶିକ୍ଷକ ମାନଙ୍କ ମଧ୍ୟରୁ କିଛି ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ମାମଲା ନିକଟରେ ପଦାକୁ ଆସିବା ପରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ଶିକ୍ଷକ ପୁଣି ହରଡଘଣାରେ ପଡିଥିବାର ଅଭିଯୋଗ ହୋଇଛି । ଏଭଳି କାରବାର ଦିର୍ଘ ବର୍ଷ ଧରିଚାଲିଥିବା ଖବର ମିଳିଛି । କେତେକ ଶିକ୍ଷକ ବିଭିନ୍ନ ସମୟରେ ଧରାପଡିବା ପରେ ଏହି ସାର୍ଟିଫିକେଟ ଯାଂଚ୍ କରାଯାଉଛି ତାହା ସ୍ୱାଗତ ଯୋଗ୍ୟ, କିନ୍ତୁ ବାରମ୍ବାର ଜଣେ ଶିକ୍ଷକଙ୍କର ସାର୍ଟିଫିକେଟ ଯାଂଚ କରିବା ,ଏକା ସାଙ୍ଗେ ଶହ ଶହ ଶିକ୍ଷକ ସ୍କୁଲ ବନ୍ଦ କରି ଆସି କରୋନା କାଳରେ ଖରା ତରାରେ ବାହାରେ ରୁଣ୍ଡ ହେବା କେତେ ଦୂର ସରକାରୀ ସ୍ତରରେ ଗ୍ରହଣୀୟ ତାହା ବିଚାର ଯୋଗ୍ୟ । ଏଭଳି ଘଟଣା ସୁନ୍ଦରଗଡ ଜିଲ୍ଲାରେ ଆଜି ବିଭିନ୍ନ ଉପଖଣ୍ଡରେ ଦେଖିବାକୁ ମିଳିଛି ।

ନିକଟରେ ଜଣେ ଶିକ୍ଷୟତ୍ରୀ ଧରାପଡିବାରୁ ଆଜି ଜିଲ୍ଲା ବ୍ୟାପି ଶିକ୍ଷକ ମାନଙ୍କୁ ମାତ୍ର ୨ ଘଂଟା ସମୟ ଦେଇ ବିଭିନ୍ନ ସ୍ଥାନକୁ ଡାକି ସେମାନଙ୍କର ସାର୍ଟିଫିକେଟ ଯାଂଚ କରାଯାଇଛି । ଏହି ସମୟ କାଳରେ ଶିକ୍ଷକ ମାନେ ବାହାରେ ଖରାରେ ଘଂଟା ଘଂଟା ଧରି ଠିଆ ହେବା ସହ ଗୋଟିଏ ଯାଗାରେ ବିନା ସାମାଜିକ ଦୂରତାରେ ରୁଣ୍ଡ ହେବା ଦେଖାଯାଇଥିଲା । ଏନେଇ ସମ୍ପୃକ୍ତ ଅଂଚଳର ଅଧିକାରୀ ମାନେ ମଧ୍ୟ ଦୃଷ୍ଟି ଦେଇ ନଥିବା ଦେଖାଯାଇଥିଲା । ଶିକ୍ଷକ ମାନେ କହିଛନ୍ତି ଯଦି ସେମାନଙ୍କର ସାର୍ଟିଫିକେଟ ଥରେ ଯାଂଚ୍ ହେଲା ସେମାନଙ୍କୁ ଯାଂଚ ହେଲା ବୋଲି ଏକ ସାର୍ଟିଫିକେଟ ବିଭାଗ ପକ୍ଷରୁ ଦେଇ ଦେଲେ ସେମାନଙ୍କୁ ଏଭଳି ବାରମ୍ବାର ଦଉଡିବାକୁ ପଡିବନି । ଏଭଳି ଦଉଡିବା ଦ୍ୱାରା ସ୍କୁଲ କାମ ହୋଇ ନପାରିବା ସହ କରୋନା କାଳରେ ନାନା ବିଶୃଙ୍ଖଳା ଦେଖାଦେଉଛି । ଅନେକ ଯାଗାରେ କିଛି ଶିକ୍ଷକ ସେମାନଙ୍କର ଅରିଜିନାଲ ସାର୍ଟିଫିକେଟ ଆଣି ନପାରି ଚାକିରୀ କରିଥିବା ବେଳେ ସେତେବେଳେ ସେମାନଙ୍କୁ ପ୍ରୋଭିଜିନାଲରେ ସୁଯୋଗ ଦିଅଯାଇଥିଲା, ତେବେ ବ୍ୟସ୍ତ ଜୀବନ ଭିତରେ ଚାକିରୀ ସରିବାକୁ ଯାଉଥିବା ବେଳେ ପୁଣି ଅରିଜିନାଲ ସାର୍ଟିଫିକେଟ ମଗାଜିବା ଆଉ ଏକ ସମସ୍ୟାର କାରଣ ହୋଇଛି । ଏହି ଯାଂଚ୍ ପ୍ରକ୍ରିୟା ଚାଲିଥିବା ବେଳେ ମାତ୍ର ୫ ରୁ ୬ ମାସ ଚାକିରୀ ଥିବା ଶିକ୍ଷକ ମାନଙ୍କୁ ମଧ୍ୟ ଏଠାରେ ଦେଖାଯାଇଛି ।

ସେହିଭଳି ଯେଉଁମାନେ ନକଲି ସାର୍ଟିଫିକେଟରେ ନିଯୁକ୍ତି ପାଇଥିଲେ ବର୍ତମାନ ସେମାନଙ୍କୁ ସରକାର ନଧରି ସେମାନଙ୍କ ପେନସନ ବନ୍ଦ ନକରି ସେମାନଙ୍କୁ କାହିଁକି ଛାଡିଦେଇଛନ୍ତି ତାହା ବର୍ତମାନ ପ୍ରଶ୍ନ ହେଉଛି । ଆହୁରି ଅଭିଯୋଗ ହୋଇଛି ଏହି ଶିକ୍ଷା ଜିଲ୍ଲାରେ ବଡ ଭଉଣୀ ନାମରେ ସାନ ଭଉଣୀ ଚାକିରୀ କରି ପେନସନ ନେବା ନେତାଙ୍କ ପତ୍ନୀ କଥା ସବୁ ବାବୁ ମାନେ ଜାଣୁଛନ୍ତି ହେଲେ ସେଥିପ୍ରତି ଦୃଷ୍ଟି ନଦେଇ କେବଳ ମାର ମାର ଭଣ୍ଡାରିଆକୁ ମାର ଭଳି ସମସ୍ତ ଶିକ୍ଷକ ମାନଙ୍କୁ ଅକାରଣରେ କେବଳ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେବାସହ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Comments (0)
Add Comment