ଖଡ଼ିଆଳ ବ୍ଲକ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଖଡ଼ିଆଳ ବ୍ଳକର ସମସ୍ତ ଯାଦବଙ୍କୁ ନେଇ ବ୍ଲକର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଥିଲା । ଏଥିରେ ଯାଦବ ସମାଜର ପୂର୍ବତନ ସଭାପତି ସନ୍ତୋଷ ନିଆଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହରେରାମ କଠାର, ଯାଦବ ସମାଜର ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ପର୍ଯ୍ୟବେକ୍ଷକ ପବିତ୍ର ପୋଡ଼, ନିତ୍ୟା କଟା, କ୍ଷେତ୍ରମୋହନ ଗହୀର, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋସିନୀ ସଲମା, ମହିଳା ସଭାନେତ୍ରୀ ତଥା ଯାଦବ ସଭାପତି ମମତା ମଞ୍ଜରୀ ଥପା ପ୍ରମୁଖ ଉପସ୍ଥିତ ରହି କର୍ମକର୍ତ୍ତା ଚୟନ କରିଥିଲେ । ଏହାସହ ସମାଜକୁ କିପରି ଆଗକୁ ନେଇ ପାରିବେ, ସମାଜକୁ ସୁଦୃଢ କରିବା, ଯାଦବ ସମାଜକୁ କିପରି ସଂଗଠିତ କରି ଏକ ହୋଇ ସମାଜର ମଙ୍ଗଳ କରିବା, ନାରୀ ଜାତିକୁ ଆଗକୁ ନେବା, ସମସ୍ତ କ୍ଷେତ୍ରରେ ନାରୀ ଓ ପୁରୁଷକୁ ସମାନ ଦୃଷ୍ଟି ଦେଇ ସମ୍ମାନ ଦେବା, କୁସଂସ୍କାର ଦୂରେଇବା, ରାଜନୈତିକ, ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ସମାଜକୁ ପରସ୍ପର ମଧ୍ୟରେ ଏକ ହୋଇ ସମସ୍ତଙ୍କୁ ସାହାଯ୍ୟ କରିବା ନେଇ ଆଲୋକପାତ ହୋଇଥିଲା । ପରେ କାର୍ଯ୍ୟକ୍ରମରେ ନିର୍ଵାଚିତ ସଭାପତି ଭାବେ କୀର୍ତ୍ତନ ପୋଡ, ଉପ ସଭାପତି ଭାବେ ମାଲ୍ୟବନ୍ତ ହେର୍ନା, ସଂପାଦକ ଜିତେନ୍ଦ୍ର ଗହୀର, ଯୁଗ୍ମ ସମ୍ପାଦକ ଗଣ୍ଡାରାମ ନିଆଲ, କୋଷାଧ୍ୟକ୍ଷ ବୃନ୍ଦାବନ ବାଗଙ୍କୁ ଚୟନ କରାଯାଇଥିଲା ।

ବୈଠକ ଆୟୋଜନରେ ତ୍ରିନାଥ ପୁଞ୍ଜି ଓ ଯୁଧିଷ୍ଠିର ସାଗରିଆ, ଗୋକୁଳ ଭୋଇ, ସୁକୃ ବାଗ, ସୁନୀଲ କୁମାର ନାଗ , ଦୟା ଥାପା, ଭୁବନେଶ୍ୱର ପୋଡ , ଆସନ ଘିଭେଲା ପ୍ରମୁଖ ସାହାଯ୍ୟ କରିଥିଲେ ।

Comments (0)
Add Comment