ଜବରଦଖଲ କାରୀଙ୍କ କବଳରୁ ବିଦ୍ୟୁତ ବିଭାଗର ଜମି ଉଦ୍ଧାର

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ ସହରରେ ଦିନକୁ ଦିନ ଜବରଦଖଲକାରୀଙ୍କ ପ୍ରାଦୁଭାବ ବଢୁଥିବାବେଳେ ଉଭୟ ସରକାରୀ ଓ ବେସରକାରୀ ଜମି ଉପରେ ସେମାନଙ୍କ ଲୋଲୁପଦୃଷ୍ଟି ପଡୁଥିବା ଦେଖାଦେଇଛି।ପ୍ରଶାସନ ନିରବଦ୍ରଷ୍ଟା ସାଜିବା ନିଶ୍ଚିତ ଭାବେ ଜବରଦଖଲକାରୀଙ୍କ ମନୋବଳବୃଦ୍ଧିରେ ସହାୟକ ଭୂମିକା ଗ୍ରହଣ କରୁଛି।ସୂଚନା ଅନୁଯାୟୀ କୋଟପାଡ଼ ଅପରକୋଲାବ ସେକ୍ସନ ୨ କାର୍ଯ୍ୟାଳୟ ନିକଟରେ ଥିବା ବିଦ୍ୟୁତବିଭାଗର ଖାଲି ସ୍ଥାନକୁ ଜବରଦଖଲକାରୀମାନେ ଜବରଦଖଲ କରି ଚାଲୁଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସେଠାରେ ପହଁଞ୍ଚି ଜବରଦଖଲକାରୀଙ୍କ ଠାରୁ ଜମି ଉଚ୍ଛେଦ କରି ତାରବାଡ ଦେଇଥିବା ଜଣା ପଡିଛି।ପୂର୍ବରୁ ଜଙ୍ଗଲ ଓ ରାଜସ୍ବ ଜମି ପ୍ଲଟିଂ କରି ବିକ୍ରି ଚାଲିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନର ଏହି ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପ୍ରଶାସନର ନିଷ୍କ୍ରିୟତାଯୋଗୁଁ ଦିନକୁ ଦିନ ଜବରଦଖଲ ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଦେଖିବାକୁ ମିଳୁଛିଯେ ଜବରଦଖଲକାରୀମାନେ ବିଭିନ୍ନ ଗୋଷ୍ଠୀ,ସମିତି ଇତ୍ୟାଦିର କାର୍ଯ୍ୟାଳୟ ନିର୍ମାଣ ଚାଲିଥିବାର ଆଳ ଦେଖାଇ ଖସିଯାଉଥିବା ପରିଲକ୍ଷିତ ହେଉଛି ।ଏ ନେଇ ବିଦ୍ୟୁତବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ କେ.କେ.ଚାନ୍ଦଙ୍କୁ ଯୋଗାଯୋଗ କରିବାରୁ ତାରବାଡ ଓ ଲୁହା ତାର ସହ ପାଚେରୀ କାମ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ।

Comments (0)
Add Comment