ଚାଷ କରି ମଧ୍ୟ ଚାଷୀ ନିରାଶ

କୋଲନରା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଅଞ୍ଚଳରେ ମୌସୁମୀର ଲୁଚକାଳି ମଧ୍ୟରେ ଲଘୁଚାପ ବର୍ଷା ଯୋଗୁଁ ଚାଷୀ ମାନେ ନିଜ ନିଜର ଚାଷ କାମ କରିଥିବା ବେଳେ ରୋଗ ପୋକ ଦାଉରୁ ନିଜ ନିଜ କ୍ଷେତକୁ ରକ୍ଷା କରିବା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି । ଅଞ୍ଚଳର ସମସ୍ତ ଚାଷୀ ଟିକି ନିକି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଧାନ ଗଛ କୁ ଧଳା ରୋଗ ହୋଇ ଧାନ ଗଛ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ପରି ଭଲ ଫସଲ ଅମଳ ହେଲେ ଦୁଇ ପଇସା ରୋଜଗାର କରିବା ଲକ୍ଷ ରଖି ଚାଷ କାମ କରୁଥିବା ବେଳେ ବର୍ତ୍ତମାନ ଜମିରେ ଧଳା ରୋଗ ଦେଖି ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳର ଚାଷୀ ମାନେ । ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଚାଷ କାମ ପାଇଁ ଓଡିଶା ପୁରସ୍କୃତ ହେଉଥିବା ବେଳେ ତାହା ଏବେ ପ୍ରହସନ ଭଳି ମନେ ହେଉଛି ଏବଂ ସଠିକ ସମୟରେ ସାର ଓ ଔଷଧ ନ ମିଳିବା ସହ ଠିକ ଭାବେ କୃଷି କର୍ମଚାରୀଙ୍କ ତଦାରଖର ଅଭାବରୁ ଫସଲ ନଷ୍ଟ ହେଉଛି ବୋଲି  ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏହି ଭଳି ସମସ୍ୟା ଯଦି ଲାଗି ରହିବ ତା ହେଲେ ଫସଲ ଭଲରେ ମିଳିବ ବୋଲି ଅନୁମାନ କରାଯାଉଛି। ଫସଲର ମାନ ନିର୍ଣ୍ଣୟ କରିବା ପାଇଁ ଏବଂ ଉନ୍ନତ ମାନର ଫସଲ ପାଇ ପାରିବେ ଏହିସବୁ ଦିଗକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀ ମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ସରକାରଙ୍କୁ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ କର୍ମଚାରୀ ମାନେ ମାସକୁ ତିରିଶ ଦିନରେ କାଁ ଭାଁ ଅଞ୍ଚଳରେ ଦେଖାଯାଉଥିବା ଚାଷୀମାନେ କହିଛନ୍ତି । ଚାଷୀ ମାନଙ୍କୁ ଗୁରୁତ୍ୱ ଦେବା ପାଇଁ ସରକାର କିଷାନ ଯୋଜନା କରି ସବସିଡ଼ି ଆକାରରେ ସମସ୍ତ ପ୍ରକାର ଚାଷ ଜନିତ ସାମଗ୍ରୀ ପାଇବା ପାଇଁ ଚାଷୀ ସ୍ମାର୍ଟ କାର୍ଡ କିଛି ଚାଷୀ ପାଇଥିବା ବେଳେ ଅନେକ ଚାଷୀ ପାଇ ନଥିବା କି ସ୍ମାର୍ଟ କାର୍ଡ ଦେଖି ନଥିବା କହିଛନ୍ତି । ଏସବୁ ଦିଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଅନୁରୋଧ ହୋଇଛି । ଉକ୍ତ ଘଟଣା ସମ୍ପର୍କରେ କୃଷି ଅଧିକାରୀ ମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା ।

Comments (0)
Add Comment