ରେଳ ବିଭାଗର ମନମୁଖୀ ଶାସନ କମ ଉଚ୍ଚତାସମ୍ପନ ଫାଟକ ନିର୍ମାଣ, ଯାତାୟତରେ ବାଧା

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଜେକେପୁର ଉପକଣ୍ଠ ସିଙ୍ଗାପୁର ଷ୍ଟେସନ ନିକଟରେ ଆଜି ଏକ ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ରେଳ ବିଭାଗ ଦ୍ଵାରା ୩ୟ ଲେନ କାମ  ଚାଲୁଥିବା ବେଳେ ଠିକ ରେଳବାଇ ଓଭରବ୍ରିଜ ନିକଟ ପୂର୍ତ୍ତ ବିଭାଗ ରାସ୍ତା ରେ ବିଭାଗ ପକ୍ଷରୁ କମ ଉଚ୍ଚତା ସମ୍ପନ ଲୁହା ଫାଟକ ଗତକାଲି ନିର୍ମାଣ କରାଯାଇଥିଲା । କମ ଉଚ୍ଚତା ଥିବା ଯୋଗୁଁ ଏହି ଲୁହା ଫାଟକ ଦେଇ କୌଣସି ଯାତ୍ରୀବାହୀ ବସ କିମ୍ୱା ମାଲ ବୋଝେଇ ଟ୍ରକ ଯାତାୟାତ ରେ ବାଧା ସୃଷ୍ଟି  ହେଉଛି । ରେଳ ବିଭାଗ ପକ୍ଷରୁ ଗତକାଲି ଏଠାରେ ଫାଟକ ନିର୍ମାଣ କରାଯାଇଥିଲା ।ଆଜି ସକାଳୁ ରାୟଗଡା ଠାରୁ କଲ୍ୟାଣସିଂପୁର ଯିବା ବସ ଟ୍ରକ ଓ କଲ୍ୟାଣସିଂ ପୁର ଠାରୁ ରାୟଗଡା ଅଭିମୁଖେ ଆସୁଥିବା ସମସ୍ତ ଯାନବାହାନ ଏଠାରେ କୌଣସି ବିକଳ୍ପ ବ୍ୟବସ୍ଥା ନପାଇ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । କୌଣସି ମାପ ନ ନେଇ ରେଳ ବିଭାଗ ଇଛାମୁତାବକ ଏଭଳି କମ ଉଚ୍ଚତା ସମ୍ପନ ଫାଟକ ନିର୍ମାଣ କରିଥିବା ଯୋଗୁଁ ବସ କିମ୍ବା ଟ୍ରକ ଏହା ମଧ୍ୟ ଦେଇ ଯାଇନପାରି ପ୍ରାୟ ୨ଘଣ୍ଟା କାଳ ରାସ୍ତା ଜାମ ହୋଇଥିଲା ।ଫଳରେ ବସରେ ଥିବା ଯାତ୍ରୀଙ୍କ ସମେତ କିଛି ରୋଗୀ ମଧ୍ୟ ଘଣ୍ଟା ଘଣ୍ଟା ଧରି ପ୍ରଭାବିତ ହୋଇଥିଲେ ।ଚାନ୍ଦିଲି ପୋଲିସ ଖବର ପାଇ ଉକ୍ତ ସ୍ଥାନ ରେ ପହଞ୍ଚି  ପରେ ଟ୍ରାଫିକ ଜାମ ସ୍ବଭାବିକ ହୋଇଥିଲା ।କିନ୍ତୁ ଆଜି ଦିନସାରା ରାୟଗଡା ଠାରୁ କଲ୍ୟାଣସିଂପୁର କୁ କୌଣସି ବସ କିମ୍ବା ଟ୍ରକ ଯାଇପାରୁ ନ ଥିବା ସୂଚନା ମିଳିଛି।

Comments (0)
Add Comment