ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ କାର୍ଯ୍ୟକୁ ଅନୁପ୍ରାଣିତ ହୋଇ ବହୁ ବିଜେପି କର୍ମୀ ମାହାଙ୍ଗା ବିଜେଡି ଦଳରେ ଯୋଗ ଦେଲେ

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟକ ତଥା ଓଡିଶା ରାଜ୍ୟର ଏକ ନମ୍ବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ଏବଂ ବିଜେଡି ଦଳର ହାତ ମୁଠାକୁ ସୃଦୁଢ଼ କରିବା ପାଇଁ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକେଇଲି ବ୍ଲକ୍ ଅଧୀନ ଝଡେଶ୍ୱରପୁର ଗ୍ରାମପଞ୍ଚାୟତର ୧୫ ଜଣରୁ ଉର୍ଦ୍ଧ ବିଜେପି କର୍ମୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ଵରେ ଅନୁପ୍ରାଣିତ ହୋଇ ବିଜେପି ଦଳ ପରିତ୍ୟାଗ କରି ମନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

Comments (0)
Add Comment