ଗୋଧସ ଜଳପ୍ରପାତରୁ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର

ନୂଆପଡା : ଗୋଧସ ଜଳ ପ୍ରପାତରେ ବୁଡି ପ୍ରାଣ ହରାଇଥିବା ପ୍ରେମୀ ଯୁଗଳଙ୍କ ଶବ ଆଜି ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଓ ପୋଲିସ ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ଶବ ଖୋଜି ପାଇଛି । ଗତ ୨୬ ତାରିଖରେ ଛତିଶଗଡ ଗରିଆବନ୍ଧ ଅଞ୍ଚଳର ଏକ ପ୍ରେମୀଯୁଗଳ ଗୋଧସ ଜଳପ୍ରପାତରେ ବୁଡି ଯାଇ ପ୍ରାଣ ହରାଇଥିବା ଜଣାପଡିଥିଲା । କୋମନା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଅଘଟଣ, ଆତ୍ମହତ୍ୟା କିମ୍ବା ହତ୍ୟା ଜଣାପଡିବ ବୋଲି ପୋଲିସ କହିଛି ।

Comments (0)
Add Comment