ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ତରଫରୁ ନୂଆଁଖାଇ ଭେଟଘାଟ

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋଡ଼ ଠାରେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ଓ ଆମ୍ବେଦକର ଶ୍ରମିକ ଆନ୍ଦୋଳନ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଜଙ୍ଗଲ ଜମି ସଂକ୍ରାନ୍ତିୟ ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଅଞ୍ଚଳର ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ।

ଜଗଦୀଶ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶ୍ରମିକ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନର ଆବାହକ ଖୁଟୁରାମ ସୁନାନୀ, ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ସମାଜସେବୀ ମହେନ୍ଦ୍ର ଯୋଶୀ, ହୀରାଲାଲ ମାଝୀ, ସୌଦାଗର ସାହୁ, ମେଘନାଥ ଖର୍ସେଲ, ଗିରିରାଜ ମାଝୀ, ଜୟପାଲ ନାଗ, ଯୁଜିଷ୍ଟିର ସାହୁ, ପିଙ୍ଗଲ ମାଝୀ, ତୁଳସୀ ମାଝୀ, ହନୁରାମ ମାଝୀ, ଗଣେଶ ପୋଢ଼, ପ୍ରେମଲାଲ ନାଏକଙ୍କ ସମେତ ନଙ୍ଗଲବୋଡ଼ ଓ ଘାଟମାଲ ସରପଞ୍ଚ ମଞ୍ଚାସିନ ରହି ଖଡ଼ିଆଳରେ ଶ୍ରମ ଅଫିସ ର ଶାଖା ଖୋଲିବା, ବିଦ୍ୟୁତ ବ୍ୟବସ୍ଥା ସୁଧାରିବା, ରାସ୍ତାଘାଟର ଉନ୍ନତି କରିବା, ନଦୀ, ନାଳରେ ବ୍ରିଜ ନିର୍ମାଣ ଆଦି ଦାବି କରିଥିଲେ । ଜଙ୍ଗଲ ଜମି ଉପରେ ଲୋକଙ୍କ ଅଧିକାର ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ବିଧାୟକ ଓ ଜିଲ୍ଲା ଶ୍ରମ ଅଧିକାରୀ ଲୋକଙ୍କ ଦାବି ପୁରଣ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୁଇ ହଜାରରୁ ଅଧିକ ଆଦିବାସୀ ପୁରୁଷ ମହିଳା ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Comments (0)
Add Comment