ହାଉସିଂବୋର୍ଡର ବିଦ୍ୟୁତ ସଂଯୋଗୀକରଣରେ ନିମ୍ନମାନର କାର୍ଯ୍ୟ, ଆଗାମୀ ଦିନରେ ମୃତ୍ୟ ମୁଖରେ ପଡିବେ ଓଏଚପିସି କତ୍ତୃପକ୍ଷ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ଓରକେଲ ଥାନା ରେ କାର୍ଯ୍ୟ କରୁଥିବା ହାଉସିଂବୋର୍ଡର ବିଦ୍ୟୁତ କାର୍ଯ୍ୟରେ ଅନିୟମିତତା, ଟିପିଏସଓଡିଏଲ କତ୍ତୃପକ୍ଷ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ନିଜର କାର୍ଯ୍ୟ ଜାରି ରଖିଛି ହାଉସିଂବୋର୍ଡ କତ୍ତୃପକ୍ଷ । ତେବେ ଓରକେଲ ଥାନାରେ ହେଉଥିବା ଆଦର୍ଶ ଥାନାର ବିଲ୍ଡିଂଗ ନିର୍ମାଣରେ ବିଦ୍ୟୁତ ସଂଯୋଗ ନିମନ୍ତେ ଯେଉଁ ମୁଖ୍ୟ ରାସ୍ତା ଦେଇ ୧୧ କେଭି ବିଦ୍ୟୁତ ପ୍ରବାହ ହେଉଛି ସେଥି ନିମନ୍ତେ ପୋଲ ପୋତା ଯାଇ ବିଦ୍ୟୁତ ସରବରାହ କରାଯାଉଥିବା ବେଳେ ସେଥିରେ ଅନିୟମିତତା ଦେଖିବାକୁ ମିଳିଛି । ତେବେ ବାଲିମେଳା ନଗରର ଗୋପବନ୍ଧୁ ଛକ ନିକଟରେ ଥିବା ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ଦେଇ ଓରକେଲ ଥାନାକୁ ଯେଉଁ ବିଦ୍ୟୁତ ସଂଯୋଗ ଦିଆଯାଇଛି ତନ୍ମଧ୍ୟରେ ହେଉଥିବା ବିଦ୍ୟୁତ କାର୍ଯ୍ୟରେ ଅନିୟମିତତା ଦେଖାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ବିଦ୍ୟୁତ ସରବରାହ ଓରକେଲ ଥାନାକୁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ଦେଇ ପ୍ରବାହିତ ହେଉଛି ସେହି ପୋଲରେ ଏକ୍ସଏଲପି କେବୁଲ ବ୍ୟବହାର କରିବା ପରିବର୍ତ୍ତେ ବେୟାର କୋଣ୍ଡକଟର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଯାହା ଅତି ନିମ୍ନ ମାନର ବିଦ୍ୟୁତ ତାର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ନିମ୍ନମାନର ସଂଯୋଗୀକରଣ ହେବା ଦ୍ୱାରା କେଉଁ ସମୟରେ ମଧ୍ୟ ବିଦ୍ୟୁତ ତାର ଛିଣ୍ଡି ଯିବାର ସମ୍ଭାବନା ରହିଛି । ତେବେ ଏହି ବିଦ୍ୟୁତ ତାର ଛିଣ୍ଡିଗଲେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ସାଧାରଣ ବ୍ୟକ୍ତି ମୃତ୍ୟ ମୁଖରେ ପଡି ନ ପାରେ ତାହାକୁ ଏଡାଇ ଦିଆଯାଇନପାରେ । ତେଣୁ ତୁରନ୍ତ ହାଉସିଂବୋର୍ଡ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି ।

Comments (0)
Add Comment