ବଡମୋହନପୁର ପଚାଂୟତ ରାଜନୀତି ସରଗରମ : ସରପଚଂଙ୍କ ସମର୍ଥନରେ ଇସ୍ତଫା ଦେଲେ କଂଗ୍ରେସକର୍ମୀ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଚାଂୟତର ସରପଞ୍ଚ ରବିନ୍ଦ୍ର ବେହେରା ପଚାଂୟତର ବିକାଶ ଓ ସବୁବର୍ଗର ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଶାସକ ବିଜେଡି ଦଳ ଓ ବିଧାୟକଙ୍କ ସହଯୋଗ ନେଇଥିଲେ । ମାତ୍ର ଗତ ପଚାଂୟତ ନିର୍ବାଚନରେ ସରପଚଂ ପ୍ରାର୍ଥୀ ରବିନ୍ଦ୍ର ବେହେରାଙ୍କୁ କଂଗ୍ରେଦଳ ସମର୍ଥନ କରିଥିବାରୁ କଂଗ୍ରେସନେତା ଓ କର୍ମୀ ସରପଚଂଙ୍କ ଏହି କାର୍ଯ୍ୟଧାରାକୁ ବିରୋଧ କରିଥିଲେ । ପଚାଂୟତ କଂଗ୍ରେସର ସୁପାରିଶକ୍ରମେ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ ସରପଚଂ ରବିନ୍ଦ୍ର ବେହେରାଙ୍କୁ କଂଗ୍ରେସଦଳରୁ ନିଲମ୍ବନ କରିଥିଲେ ।ତେବେ ହୀନ ରାଜନୈତିକ ଉଦେଶ୍ୟ ରଖି ସରପଚଂ ରବିନ୍ଦ୍ର ବେହେରାଙ୍କୁ ନିନ୍ଦିତ କରିବା ପାଇଁ କଂଗ୍ରେସଦଳ ନିଲମ୍ବନ କରିଥିବା ଅଭିଯୋଗ କରି ବଡମୋହନପୁର ପଚାଂୟତ ଦେଉଳି ଗ୍ରାମର ବୀରକିଶୋର ବେହେରା, ସୁବାଷ ବେହେରା, ଅଶୋକ ବେହେରା, ପ୍ରମୋଦ ବେହେରା, ନଟବର ବେହେରା, ଘନଶ୍ୟାମ ବେହେରା, ଜନକର ବେହେରା, ଗୋବର୍ଦ୍ଧନ ବେହେରା, ପ୍ରଶାନ୍ତ ମିଶ୍ର, ସରୋଜକାନ୍ତ ମିଶ୍ର, ସୁକାନ୍ତ ବେହେରା, ଅଭିମନୁ୍ୟ ବେହେରା, ପ୍ରଶାନ୍ତ ବେହେରା, ନକୁଳ ବେହେରା, ଆକୁଳ ବେହେରା, ସୁଦର୍ଶନ ବେହେରା, ସୁଶାନ୍ତ ବେହେରା, ହରେକୃଷ୍ଣ ବେହେରା, କୁଳମଣି ବେହେରା, ବିପନ୍ନ ବେହେରା, ରଞନ ବେହେରା, ନବୀନ ବେହେରା, ଭଗବାନ ବେହେରା, ସୁର ବେହେରା, କାଙ୍ଗାଳି ବେହେରା, ନିର୍ମଳ ବେହେରା, ଗୋବିନ୍ଦ ବେହେରା, ନୃସିଂହ ବେହେରା, ନିରାକାର ବେହେରା, ତୀର୍ଥବାସୀ ବେହେରା, ଭରତ ବାରିକ, ସଞୟ ବେହେରା, ଭ୍ରମର ବେହେରା, ମନୋଜ ବାରିକ, ବାସୁଦେବ ଚୁଳି, ପ୍ରମିଳା ବେହେରା, କ୍ଷୀରୋଦ ବେହେରା, ପୁରୁଷୋତମ ବେହେର, କଳ୍ପତରୁ ବେହେରା, ଗୋବର୍ଦ୍ଧନ ନାଥ ପ୍ରମୁଖ ୪୨ ପରିବାରର ବହୁସଂଖ୍ୟକ କଂଗ୍ରେସକର୍ମୀ ସରପଚଂ ରବିନ୍ଦ୍ର ବେହେରାଙ୍କ ସମର୍ଥନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି ।

ସରପଚଂଙ୍କ ସମର୍ଥନରେ ଦେଉଳି ଗ୍ରାମର କଂଗ୍ରେସକର୍ମୀଙ୍କ ଇସ୍ତଫା ଘଟଣା ପରେ ପଚାଂୟତ ରାଜନୀତି କେଉଁଆଡେ ଯାଉଛି ଦେଖିବାକୁ ବାକି ରହିଲା । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ସରପଚଂ ରବିନ୍ଦ୍ର ବେହେରାଙ୍କ ସମର୍ଥନରେ ଯେଉଁମାନେ କଂଗ୍ରେସଦଳରୁ ଇସ୍ତଫା ଦେଇଥିବା କଥା କୁହାଯାଉଛି ସେମାନେ କେହି କଂଗ୍ରେସଦଳର ପ୍ରାଥମିକ ସଭ୍ୟ ନଥିଲେ । ତେଣୁ ସରପଚଂଙ୍କ ସମର୍ଥନରେ ୪୨ ପରିବାରର କଂଗ୍ରେସକର୍ମୀ ଇସ୍ତଫା ଦେବା କଥା ଏକ ହାସ୍ୟାସ୍ପଦ ଘଟଣା ବୋଲି ବ୍ଲକ କଂଗ୍ରେସ ସଭାପତି ଶ୍ରୀଦାସ କହିଛନ୍ତି।

Comments (0)
Add Comment