ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସମାଜସେବୀ ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବରିଷ୍ଠ ଶିକ୍ଷାବିତ୍ ପ୍ରକାଶ ପଟ୍ଟନାୟକ, ଶିକ୍ଷାବିତ୍ ନାରାୟଣ ଭୋଳ, ବରିଷ୍ଠ ଆଇନଜିବୀ ଭବାନୀ ମିଶ୍ର, ଅଧ୍ୟାପିକା ଇନ୍ଦୁରେଖା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଲମ୍ବୋଦର ତୁରୁକୁ, ରାମଚନ୍ଦ୍ର ଡୁରୁକା, ଶିକ୍ଷାବିତ୍ ସୁଶାନ୍ତ ସାହୁ, ସାମ୍ବାଦିକ ଅଶୋକ ମିଶ୍ର, ସାମ୍ବାଦିକ ଗୋପିକୃଷ୍ଣ ପଟ୍ଟନାୟକ, ରଞ୍ଜନ ମହାନ୍ତି, ରିନା ମାଢି, ସବିତା କବାସୀ ପ୍ରମୁଖ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ଯୋଗଦାନ କରି ଗୋପବନ୍ଧୁ ଦାସଙ୍କ ଜୀବନି ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଜିଲ୍ଲାରେ ୨୫ବର୍ଷ ଧରି କାର୍ଯ୍ୟରତ ଥିବା ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଓଆରଏସ୍ ପାଇ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ଦାୟୀତ୍ଵ ନେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଗୋପିକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment