ମାହାଙ୍ଗାରେ ବିଜେପିର ମିଶ୍ରଣ ପର୍ବ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତର ଶିଶୁଅନନ୍ତ ଆଶ୍ରମଠାରେ ବିଜେଡିର ଶହେରୁ ଉର୍ଦ୍ଧ କର୍ମୀ ମାନେ ବିଜେଡ଼ି ଛାଡି ଆଜି ବିଜେପିରେ ଯୋଗ ଦେଲେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନହିତ କାରି ଯୋଜନାରେ ଅନୁପ୍ରାଣିତ ହୋଇ ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ତଥା ବିଜେପି ନେତା ଶ୍ରୀଯୁକ୍ତ ଶାରଦା ପ୍ରାସାଦ ପ୍ରଧାନଙ୍କ ସୁସଂଗଠାନିକ କାଯ୍ୟକର୍ମରେ ପ୍ରଭାବିତ ହୋଇ ଗୋତରା ଗ୍ରାମପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡ଼ି ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟ କ୍ରମରେ ବିଜେପିର ବିଭିନ୍ୟ ମଣ୍ଡଳ ସଭାପତି, କାର୍ଯ୍ୟକାରୀ ସଭାପତି ଓ ବହୁ ବିଜେପି କର୍ମୀ ଯୋଗ ଦେବା ସହ ଏକ ବିରାଟ ପଟୁଆରରେ ପଦ ଯାତ୍ରା କରି ଗୋତରା ପଞ୍ଚାୟତର ପ୍ରତି ୱାର୍ଡ ବୁଲି ଜନ ସଚେତନା କାର୍ଯ୍ୟକ୍ରମ କରିଥଲେ ।

Comments (0)
Add Comment