ମାହାଙ୍ଗା : କଟକ ଜିଲ୍ଲା ନିଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ବଣୁଆ ହାତୀ ନିଜର ତାଣ୍ଡବ ଜାରୀ ରଖିଛି । ଖବର ମୁତାବକ ଏହି କିଛି ଦିନ ତଳେ ସେହି ଅଞ୍ଚଳରେ ଗୋଟେ ବଣୁଆ ହାତୀ ଜିଗିନିପୁର, ବରାଦ, ଅଞ୍ଚଳରେ ନିଜର ତାଣ୍ଡବ କରି ଥିବା ବେଳେ ଚାରି ଜିଲ୍ଲାର ବନ ବିଭାଗ ମୁଖ୍ୟ ଅଧିକାରୀଙ୍କ ସହ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ହାତୀଟିକୁ ଯାଜପୁର ଜିଲ୍ଲା ଅଭିମୁଖେ ଘଉଡାଇ ଦିଅଯାଇଥିଲା । ହାତୀଟି ଗତ କିଛି ଦିନ ହେବ ଯାଜପୁର ଜିଲ୍ଲା ଅଂଚଳରେ ନିଜର ତାଣ୍ଡବ ରଚାଇ ଜଣେ ଲୋକଙ୍କୁ ମୃତୁ ମୁଖରେ ପକେଇ ଥିବା ଖବର ମିଳିଥିଲା ବେଳେ, ଆଜି ଅପରାହ୍ନରେ ହଟାତ୍ ହାତୀଟି ଡେରାବିଶ ବ୍ଲକ ଅଞ୍ଚଳରେ ନିଜର ଦଣ୍ଡବ ରଚେଇ, ନିଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ କଟିକଟା ଅଞ୍ଚଳର ରାମରାଙ୍ଗ ଗ୍ରାମର ବୃଦ୍ଧ ବ୍ୟକ୍ତି ଶ୍ରୀଯୁକ୍ତ ଭାଗବତ ବେହେରାଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଭାଗବତଙ୍କ ମୃତୁ ହୋଇଯାଇ ଥିବାର ଜଣା ପଡ଼ିଛି । ଯାହାକୁ ନେଇ ଭାଗବତଙ୍କ ପରିବାର ତଥା ସ୍ଥାନୀୟ ଅଂଚଳରେ ସୋକର ଛାୟା ଖେଳି ଯାଇଛି ।
ବର୍ତମାନର ଖବର ମୁତାବକ ହାତୀଟି ସ୍ଥାନୀୟ କଟିକଟା, ଅଶୁରେଶ୍ୱର, କେଣ୍ଟାଳ, ସୁକରପଡ଼ା, କଟରପଡ଼ା ଅଞ୍ଚଳରେ ନିଜର ତାଣ୍ଡବ ଜାରି ରଖିଛି । ଯେଉଁ ହାତୀଟିକୁ କିଛି ଦିନ ତଳେ ବନ ବିଭାଗ କର୍ମଚାରୀମାନେ ଘଉଡାଇ ଦେଇଥିଲେ ସେ ଏହି ହାତୀ ନା ଅନ୍ୟ କୌଣସି ଏକ ବଣୁଆ ହାତୀ ତାହା ବର୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ଜଣା ପଡି ନ ଥିବ ବେଳେ କିନ୍ତୁ ଯଦି ସେହି ହାତୀଟି ଏ ହାତୀ ଅଟେ ତେବେ ବନବିଭାଗ କରୁଛି କଣ ! ବନବିଭାଗ ତାର କାର୍ଯ୍ୟ ଠିକ୍ ଭାବେ ନ କରି ନାମକୁ ମାତ୍ର ନିଜର କାର୍ଯ୍ୟ ସମ୍ପାଦନ କରି ଚୁପ୍ ହୋଇ ବସି ଥିବାର ଅନୁମାନ କରାଯାଏ । ତେବେ ବର୍ତମାନ ସ୍ଥାନୀୟ ନିଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ଭୟର ଆତଙ୍କ ସୃଷ୍ଟି କରିଥିବା ଜଣାଯାଏ । ବଣୁଆ ହାତୀକୁ ନେଇ ଲୋକେ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ତେତେ ସବୁ ଠାରୁ ବଡ ପ୍ରଶ୍ନ ମୃତୁ ଭାଗବତ ପରିବାରକୁ କ୍ଷତି ପୂରଣ ଦେବ କିଏ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି