ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅହେତୁକ ମୁଲ୍ୟ ବୃଦ୍ଧିକୁ ନେଇ ପ୍ରତିବାଦ ସଭା

ଡେରାବିଶ : କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀରେ ମହିଳା ବିଜୁଜନତା ଦଳ ତରଫରୁ ଡେରାବିଶ ବ୍ଲକ ପରିସରରେ ପ୍ରତିବାଦ ସଭା ଅନଷ୍ଠିତ ହୋଇଥିଲା । ଏହି ଅବସରେ ପାଟକୁରା ବିଧାୟକଙ୍କ ପ୍ରତିନିଧ ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱାଲ, ଡେରାବିଶ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟ, ବରିଷ୍ଠ ବିଜେଡି ନେତା ମନିଦ୍ର ରଥ, ଗୀତା ସେଠି, ପ୍ରମୋଦ ରଥ ବ୍ଲକ ସଭାନେତ୍ରୀ ତୃପ୍ତିମୟି କର, ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡ଼ା, ଆତ୍ମା ଅଧକ୍ଷ ଗଣେଶ୍ୱର ବହେରା, ଗୋଲକ ସହୁ, ବଟକୃଷ୍ଣ ସେଠି, ଦେବରାଜ ମହାପାତ୍ର, ଯୋଗାନନ୍ଦ ମହାନ୍ତି, ଅଜୟ ସାହୁ, ଅଶ୍ଵିନୀ ମହାନ୍ତି, ପ୍ରମୁଖ ବହୁ ନେତୃମଣ୍ଡଳୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ଏବଂ ବି.ଡ.ଓ ଡେରାବିଶଙ୍କୁ ଏକ ଦାବିପତ୍ର ଦେଇଥିଲେ ।