ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଉପ ଜିଲ୍ଲାପାଳ ଦିଲିପ କୁମାର ମହାରଣା ନିଜେ ଉପସ୍ଥିତ ହୋଇ ୧୮ ବର୍ଷ ହୋଇଥିବା ଏବଂ ହେବାକୁ ଥିବା ଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କିପରି କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଉକ୍ତ ବିଦ୍ୟାଳୟରେ ଅନେକ ଛାତ୍ରୀ କିପରି ମୋବାଇଲ ଆପ୍ ଦ୍ଵାରା ନିଜ ମୋବାଇଲ୍ ରେ କିପରି ପଞ୍ଜିକରଣ କରିବେ ଏବଂ ଅନ୍ୟ ମାନଙ୍କୁ କରାଇବେ ସେ ନେଇ ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଯେଉଁ ମାନେ ଆପ୍ ମାଧ୍ୟମରେ ଅନ୍ୟ ମାନଙ୍କୁ ପଞ୍ଜିକରଣ କରାଇବେ ଏବଂ ଯେ କୌଣସି ଛାତ୍ରୀ ପଞ୍ଜିକରଣ କରିବା ସମୟରେ ନିଜ ମୋବାଇଲ୍ ରେ ଫୋଟ ଏବଂ ଭିଡିଓ ମାଧ୍ୟମରେ ପ୍ରଶାସନକୁ ପଠାଇଲେ ଯେଉଁ ଛାତ୍ରୀ ଅଧିକ ପଞ୍ଜିକରଣ କରାଇଥିବେ ତାଙ୍କୁ ଇଲେକଟ୍ରଲ୍ ଆମ୍ବାସଡର ଭାବେ ବିବେଚନା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ ଏବଂ ଉପ ଜିଲ୍ଲାପାଳ ଏହି ପ୍ରୟାସକୁ ଛାତ୍ରୀ ମାନଙ୍କ ସହ ଗଜପତି ଜିଲ୍ଲାବାସୀ ଅନେକ ପ୍ରଶଂସା କରିଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମ ଦ୍ବାରା ପଞ୍ଜିକରଣ ବାଦ ପଡ଼ିଥିବା ଏବଂ ପଞ୍ଜିକରଣ ହେବାକୁ ଥିବା ଅନେକ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ମହିଳା ସ୍ନାତକ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ସହ କଲେଜ କତୃପକ୍ଷ ସହଯୋଗ କରିଥିଲେ ।