ଇଣ୍ଡିଆସ ଗଟ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଓମା ଗୁରୁକୂଳର ଆଦିବାସୀ ଛାତ୍ର ସମେତ ୧୨ ଜଣଙ୍କ ମୁମ୍ବାଇ ଗସ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ବଣ୍ଡା, କୋୟା, କନ୍ଧ ଆଦି ସମ୍ପ୍ରଦାୟର ଗରିବ ବାପା ମା ଛେଉଣ୍ଡ ଆଦିବାସୀ ଛାତ୍ର ମାନେ ମାଲକାନଗିରି ସ୍ଥିତ ଆଓମା ଗୁରୁକୂଳରେ ରହି ପ୍ରଶିକ୍ଷକ ବିନାଶ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମରକଳା ଶିକ୍ଷା ଗ୍ରହଣ କରି ଚଳିତ ମାସ ମୁମ୍ବାଇ ସ୍ଥିତ ସୋନି ଚାନେଲରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବ ଭାରତୀୟ ସ୍ତରୀୟ ଇଣ୍ଡିଆସ ବିଗେଷ୍ଟ ରିଅଲିଟି ସୋ ଇଣ୍ଡିଆସ ଗଟ୍ ଟ୍ୟାଲେଣ୍ଟେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାଲକାନଗିରି ଆଓମା ଗୁରୁକୂଳର ସମସ୍ତ ଆଦିବାସୀ ଛାତ୍ର ସମେତ ୧୨ ଜଣ ଆଜି ମୁମ୍ବାଇ ଗସ୍ତ କରିଛନ୍ତି ।ପ୍ରଥମେ ଗ୍ରାଉଣ୍ଡ ଅଡିସନ ପରେ ଟେକ୍ନିକାଲ ଅଡିସନ ପାସ କରି ବର୍ତମାନ ଜଜେସ ରାଉଣ୍ଡ ପାଇଁ ମନୋନୀତ ହୋଇଛନ୍ତି । ଏହି ଜାଗାରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥିବା ସମସ୍ତ ସହଯୋଗୀଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲା ପାଇଁ ଗୋୖରବ ଅ।ଣିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ପ୍ରଶାସନ, ଜନସାଧାରଣ ଏବଂ ଆଓମା ଗୁରୁକୂଳ ଏବଂ ଜିଲ୍ଲା ଜୁଡୋ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି ।