ଟିଟିଲାଗଡ : କରୋନା ସମୟରେ ଗରିବରେଖା ତଳେ ଥିବା ଗରିବ, ଖଟିଖିଆ, ଦିନ ମଜୁରିଆମାନଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । ହେଲେ ଏ ପଟେ ବିଭିନ୍ନ କାରଣରୁ ପଡିକାର୍ଡ ଲିଷ୍ଟରୁ ହିତାଧିକାରୀଙ୍କ ନାମ କଟିଯାଇଥିବା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଭାବେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ପଡିକାର୍ଡ ଲିଷ୍ଟରୁ ବାଦ ପଡିଥିବା ଅଲଣ୍ଡା ପଞ୍ଚାୟତବାସି ଶୁକ୍ରବାର ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ସତ୍ୟବାନ ମନୋଜ ମହାଜନ ଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ବିଶିଷ୍ଟ ସମାଜ ସେବି ଅନିଲ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଯୁବନେତା ଯୁବରାଜ ବାଗଙ୍କ ନେତୃତ୍ବରେ ବହୁତ ମହିଳା ଓ ପୁରୁଷ ପହଞ୍ଚି ଅସୁବିଧା ବିଷୟରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଉପଜିଲ୍ଲାପାଳ ବଙ୍ଗୋମୁଣ୍ଡା ସପ୍ଲାଇ ଇନ୍ସପେକ୍ଟରଙ୍କୁ ଅଲଣ୍ଡା ପହଞ୍ଚି କାର୍ଡ ଭେରିଫିକେସନ କରିବାପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ଯୋଉ ମାନଙ୍କର ଡବଲ କାର୍ଡରେ ନାମ ସୋ କରୁଛି ସେ ମାନଙ୍କ ନାମ ଭେରିଫିକେସନ କରି ଗୋଟିଏ କାର୍ଡକୁ ଅଣାଯାଇ ଉପରକୁ ପଠାଯିବ। ତେବେ ଶିଘ୍ର ଏହାର ସମାଧାନ ହେବ ବୋଲି ଆସ୍ବାସନା ଦେଇଥିଲେ । ଏଥିରେ ହେମନ୍ତ ସାହୁଙ୍କ ସହ ଅଲଣ୍ଡା ପଞ୍ଚାୟତର ହରେନ୍ଦ୍ର ବାଗ, ରାସେଶ୍ୱର ପୁରୋହିତ, କାଳିଆ ହଂସ, ଉନଲୁ ହଂସ, ଅଖିଳ ଭୋଇ, ପୁରୁସ୍ତମ ଭୋଇ, ପ୍ରତାପ ଭୋଇ, ତୁଳସା ମାଝୀ, ନଳିନୀ ମାଝୀ, ନିରୁ ମାଝୀ, ନରହରି ପୁଞ୍ଜି, ପଦ୍ମୀନୀ ପରାଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।