ଥାନା ପରିସରରୁ ଚନ୍ଦନ ଗଛ ଚୋରି

ପାରଳାଖେମୁଣ୍ଡି- ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟବସ୍ଥା ରହିଛି । ହେଲେ ପୋଲିସ ଥାନା ପରିସରରୁ ଚୋରି ହେବା ନେଇ ସାଧାରଣଙ୍କ ଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣରେ ପ୍ରଶ୍ନ ଉଠିଛି ପୋଲିସ ନିଜେ ସୁରକ୍ଷିତ ନ ଥିବା ବେଳେ ସାଧାରଣଙ୍କୁ କିଭଳି ଭାବେ ସୁରକ୍ଷା ଦେଇପାରିବ? ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ଥାନା ପରିସରରେ ଥିବା ବହୁ ପୁରାତନ ଚନ୍ଦନ ଗଛକୁ ମୂଳରୁ କୌଣସି ଦୁବୃତ୍ତ ଗତ ମଙ୍ଗଳବାର ରାତ୍ରରେ କାଟି ନେଇଯାଇଛନ୍ତି ।ଏହି ଘଟଣାଟି ବୁଧବାରଦିନ ଜଣାପଡିବା ପାରେ ବିଷୟଟିକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ରାୟଗଡ ଥାନା ପରିସର ପୁରା ଲୁହା ତାରବାଡ ବେଢା ମଧ୍ୟରେ ରହିଥିବା ବେଳେ କିଭଳି ଏହି ଚନ୍ଦନ ଗଛ ଚୋରି ହେଲା? । ଚନ୍ଦନ ଗଛର ମୁଳ ଠାରୁ କିଭଳି କାଟି ଚୋରି କରାଗଲା । ଗଛ କାଟିବା କିମ୍ବା ଗଛଟି ତଳେ ପଡିବା ବେଳେ ରାୟଗଡ ପୋଲିସ କିପରି ଜାଣି ପାରିଲେ ନାହିଁ । ପୋଲିସର ଏଭଳି ନିଷ୍କ୍ରିୟତାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣା ନେଇ ରାୟଗଡ ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସହ ସ୍ଥାନିୟ ବନ ବିଭାଗକୁ ମଧ୍ୟ ଏ ନେଇ ପୋଲିସ ପକ୍ଷରୁ ଜଣାଯାଇଥିବା ସୁଚନା ମିଳିଛି ।

Comments (0)
Add Comment