ଜାତୀୟ ବିଦ୍ୟୁତ ସଂରକ୍ଷଣ ସପ୍ତାହ ଉପଲକ୍ଷେ ଟିଟିଲାଗଡ଼ ଟି ପି ଡବ୍ଲୁ ଓ ଡି ଏଲ ତରଫରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ରେଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ଟିଟିଲାଗଡ଼ : ବିଦ୍ୟୁତ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଟିଟିଲାଗଡ଼ OPTWDL ତରଫରୁ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ପଦାଧିକାରୀଙ୍କ ସହ କର୍ମଚାରୀ ମାନେ ଏକ ରେଲି କରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବିଦ୍ୟୁତ କର୍ମଚାରୀ ମାନେ ଏକ ପଥପ୍ରାନ୍ତ ନାଟକ ଜରୀଆରେ ଲୋକଙ୍କୁ ବିଦ୍ୟୁତ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା କରାଇବା ସହ ଲୋକ ଅଭିଯୋଗ କଲେ ସେମାନେ କିପରି ସେବା ପ୍ରଦାନ କରନ୍ତି ତାହାର ନମୁନା ମୋକ ଡ୍ରିଲ ଜରିଆରେ ବିଭିନ୍ନ ସରଞ୍ଜାମ ସହ କରି ଦେଖାଇଥିଲେ। ତାପରେ ସମସ୍ତ କର୍ମଚାରୀ ସୁରକ୍ଷା ଶପଥ ନେଇଥିଲେ। ଏହି ସୁରକ୍ଷା ସପ୍ତାହ ପାଳନ ଅବସରରେ ନିର୍ବାହୀ ଯନ୍ତ୍ରୀ ଜଙ୍ଗେସ ଚନ୍ଦ୍ର ପାତ୍ର, ଏସ ଡି ଓ ବିବେକା ନନ୍ଦ ଦୀକ୍ଷିତ, କନିଷ୍ଠ ଯନ୍ତ୍ରୀ ରିପୁନ ଭୋଇ, ସୁରକ୍ଷା ଅଧିକାରୀ ମଧୁସୂଦନ ବେହେରା, ରଞ୍ଜିତ ଲେଙ୍କା, ଦେବାର୍ଚନ ସୁନା, ମନୋଜ ପଟ୍ଟନାୟକ, ସଞ୍ଜୟ ପ୍ରଧାନ, ମାନସ ପ୍ରଧାନ, ପ୍ରକାଶ ଦାଶ, ଅମରେଶ ଶତପଥୀ, ତୋଫାନ ସାହୁ, ଡିଭିଜନାଲ କୋର୍ଡିନେଟର ଦିଲୀପ କୁମାର ନାୟକ, ସୁରକ୍ଷା ଅଧିକାରୀ ସଞ୍ଜୀବ ହୋତା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।