ତପ୍ତପାଣି ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ

ପାରଳାଖେମୁଣ୍ଡି : ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ରବିବାର ଏକ ଟ୍ରକର ବ୍ରେକ ଫେଲ ହେବାରୁ ଘାଟି ରାସ୍ତାରେ ଓଲଟି ପଡିଛି । ଶନିବାର ଭୋରୁ ଏକ ଟ୍ରକ ନଂ (ଙଊ ୦୨ ଇଘ ୭୮୧୧) ଟି ମାଲକାନଗିରି ଜିଲ୍ଲା ସିମିଳିଗୁଡା ଅଞ୍ଚଳରୁ ରୁ ଭୁବନେଶ୍ଵର ଅଭିମୁଖେ କାଠ ନେଇ ଯାଉଥିବା ସମୟରେ ପାଳୁଖୋଳା ନିକଟ ଘାଟିରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡ଼ି ଟି ଭାରସ୍ୟାମ ହରାଇ ଘାଟି ତଳକୁ ଓଲଟି ପଡିଥିଲା କ୍ଷ ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଫେରିଥିବା ଜଣା ପଡିଛି କ୍ଷ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଙ୍କୁ ସାମାନ୍ୟ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି କ୍ଷ

Comments (0)
Add Comment