ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଠକ

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଠକ । ଭୁବନେଶ୍ୱର ରେଳ ଷ୍ଟେସନରୁ ପଦାରବିନ୍ଦ ମହାପାତ୍ରକୁ ଗିରଫ କରି ମଞ୍ଚେଶ୍ବର ଥାନା ପୋଲିସ । ଇଡକୋର ଏକ ଜମି ଦେବାକୁ କହି ପି.ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଲୁଟିଥିଲେ ୨ କୋଟି ୧୨ ଲକ୍ଷ ଟଙ୍କା । ଇଡକୋ ପକ୍ଷରୁ ବିଜ୍ଞାପନ ଦିଆଯାଇଥିବା ଏକ ଜମିକୁ କିଣିବା ପାଇଁ ମଧ୍ୟସ୍ଥି ସାଜିଥିଲେ ପଦାରବିନ୍ଦ । ଟଙ୍କା ଠକି ନେଇ ଦୀର୍ଘ ଏକ ବର୍ଷ ଧରି ରାଜ୍ୟ ବାହାରକୁ ଚାଲିଯାଇଥିଲେ ପଦାରବିନ୍ଦ ।

Comments (0)
Add Comment