ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୨ ମୃତ

ମୁମ୍ବାଇ: ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଏକ ବହୁତଳ ପ୍ରାସାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ଉକ୍ତ କୋଠାର ଅଷ୍ଟମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୋଆଲିଆ ଟ୍ୟାଙ୍କ ଏରିଆରେ ଥିବା କମଲା ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ମୁମ୍ବାଇର ଅଗ୍ନିଶମ ବହାନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାକୁ ଲିଭେଲ଼-୩ ଅଗ୍ନିକାଣ୍ଡ ବୋଲି କହିଛି ଅଗ୍ନିଶମ ବିଭାଗ। ଆହତମାନଙ୍କୁ ଭାଟିଆ ହିପିଟାଲଳୁ ସ୍ଥାନାନ୍ତର କରାଯାଇଛି। ୨ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜେନେରାଲ ୱାର୍ଡ଼ରେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

Comments (0)
Add Comment