ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ୱିତୀୟ ସୁଯୋଗ


ଭୁବନେଶ୍ବର ୨୫।୧: ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇଛି, ସେହି ସ୍ଥାନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଉଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏନେଇ ୨୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଫେବୃୟାରୀ ୧ ତାରିଖରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୪ ତାରିଖରେ ଚୂଡାନ୍ତ ପ୍ରାର୍ଥିପତ୍ର ତାଲିକା ପ୍ରକାଶ ପାଇବ। ୪ ହଜାରରୁ ଅଧିକ ୱାର୍ଡ ମେମ୍ବର, ୭ ଜଣ ସରପଞ୍ଚ ଓ ୬ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି। ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

Comments (0)
Add Comment