ଭୁବନେଶ୍ୱର, ୦୭।୦୨: ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର୍। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର୍ ଆଶିଷ୍ ସିଂ । ମତଦାନ ଏବଂ ଗଣତି ହେଉଥିବା ଅଞ୍ଚଳରେ ଉକ୍ତ ଦିନ ମଦ ବିକ୍ରି ହୋଇପାରିବ ନାହିଁ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବାକୁ ଥିବା ମତଦାନ ଦିନ ମଦ ଦୋକାନ ବନ୍ଦ ରହିବ । ଏଥିସହିତ ଫେବୃଆରୀ ୨୬ରୁ ୨୮ ମଧ୍ୟରେ ଭୋଟ ଗଣତି ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ । ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ କ୍ଲବ୍ରେ ମଧ୍ୟ ମଦ ପରିବେଷଣକୁ ମନା କରାଯାଇଛି । ଏହି ଦିନକୁ ଡ୍ରାଏ ଡେ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।