ଡ଼େଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାରଳାଖେମୁଣ୍ଡି: ସୋମବାର ଠାରୁ ଗୁମ୍ମା ବ୍ଲକ ସଦର ମହକୁମା ସ୍ଥାନୀୟ ମିନି ଷ୍ଟାଡିୟମରେ ଡେଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଖ୍ରୀଷ୍ଟିଆନ ସାହିର ବରିଷ୍ଠ ସ୍ବେଚ୍ଛାସେବୀ ରାଜୁ ପାଣି, ମଥୁ ସିଂ,ସଞ୍ଜୀବ ଜେନା,ଟୁବୁଲ ପାଣି,ପ୍ରୀତମ ପାଳ,ମୁନା ଜେନା ଓ ମୋଣ୍ଟୁ ପାଣି ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ବରିଷ୍ଠ ବ୍ୟକ୍ତି ରାଜୁ ପାଣିଙ୍କ କହିବା ଅନୁଯାୟୀ କ୍ରୀଡ଼ା ଏକ ଶୃଙ୍ଖଳା ଖେଳ ଏଥିରେ ଭାଇଚାରା ସୃଷ୍ଟି ହୋଇଥାଏ ଏଠାରେ ଉପଯୁକ୍ତ ଖେଳ ପଡ଼ିଆ ନଥିବାରୁ ଧ୍ୟାନ ଦେଇ ଖେଳିବାକୁ ଅନୁରୋଧ କରିଥିଲେ। ତେଣୁ ବନ୍ଧୁତା ସ୍ଥାପନ ନିମନ୍ତେ ଏହି ତୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ତୁର୍ଣ୍ଣାମେଣ୍ଟରେ ୩୦ଟି ଦଳ ଭାଗ ନେଇଛନ୍ତି। ପ୍ରଥମ ଦିନରେ ପରିଡ଼ା ଓ ତୋରଙ୍ଗଡ଼ା ମଧ୍ୟରେ ଖେଳା ଯାଇଥିଲା। ଏଥିରେ ପରିଡ଼ା ଦଳ ବିଜୟୀ ହୋଇଛି। ପ୍ରତିଟି ମେଚ୍ ୧୦ଅଭେର ଖଳାଯିବ,ଏମ୍ବେରଙ୍କ ନିଶ୍ଚିତ ଶେଷ ନିଶ୍ଚିତ ଭାବେ ମାନିବାକୁ ପଡ଼ିବ,ଶାନ୍ତିଶୃଙ୍ଖଳା ସହ ଖେଳିବାକୁ ପ୍ରତିଟି ଦଳର ଅଧିନାୟକଙ୍କୁ ଅବଗତ କରାଇବା ସହ ଫାଇନେଲ ବିଜେତାକୁ ୧୫ହଜାର ଟ୍ରଫି ଓ ପରାଜିତ ଦଳକୁ ୧୦ହଜାର ଟ୍ରଫିର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରୀତମ ପାଳ। ଏହି କାର୍ଯ୍ୟକ୍ରମକୁ ଫୁଲବୀ ସିଂ,ଅଭିନାସ ସୂର୍ଯ୍ୟ,ସ୍ବେହଁରଞ୍ଜନ ପାଣି,ଜନୀ ରାଉଳ,କ୍ଲିଣ୍ଡନ ରାଉଳ,ଅନନ୍ତ ଲିମା,ପିଣ୍ଟୁ ପାଣି ଓ ଧ୍ୟାନସ ଲିମା ପରିଚାଳନା କରିଥିଲେ।

Comments (0)
Add Comment