ଗୁମ୍ମାରେ ଅବକାରୀ ବିଭାଗର ଚଢାଉ

ଗଜପତି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ଖ୍ରୀଷ୍ଟିୟାନ ସାହି ଧୁବା ନାଳରେ ଅବକାରୀ ବିଭାଗର ପକ୍ଷରୁ ମିଳିତ ଚଢାଉ କରାଯାଇଛି।ସୂଚନା ଅନୁସାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଏହି ଚଢାଉ ଜିଲ୍ଲାର ଅନେକ ସ୍ଥାନରେ ଅବକାରୀ ବିଭାଗର ମିଳିତ ଭାବେ ଦେଶୀ ମଦ ଓ ରନ୍ଧାମଦ ଉପରେ ଚଢାଉ କରାଯାଉଛି। ପ୍ରତାପ କୁମାର ସେଠୀଙ୍କ ଆଦେଶ ପରେ ଗୁମ୍ମା,ବୁରୁସିଂଗୁଡ଼ା, ଅଲୋଡ଼ା ଓ ଝଙ୍କରଗୁଡ଼ା ଠାରେ ବ୍ୟାପକ ପରିମାଣର ୩ହଜାର ୨ସହ ଲିଟର ମହୁଲ ପୋଚ ଓ ୨ଶହ ଲିଟର ଦେଶୀ ମଦ ଜବତ କରାଯାଇଛି।ଅବକାରୀ ବିଭାଗର ସୂତ୍ରରୁ ଜଣାପଡ଼ିଛି ଯେ ଗୁମ୍ମାରେ ବହୁ ପରିମାରଣରେ ରନ୍ଧାଦେଶୀ ମଦ ବିକ୍ରି ହେଉଛି।ଚଢାଉ ବେଳେ କୌଣସି ବ୍ୟକ୍ତି ନଥିବା ଜଣାପଡ଼ିଛି।ଏହି ଚଢାଉ ଆସନ୍ତା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଚାଲିବ ବୋଲି ୱାସି ମାଧବ କୌଶଲ୍ୟା କହିଛନ୍ତି।ଏହି ଚଢାଉରେ ପାରଳାଖେମୁଣ୍ଡି,କାଶିନଗର ଓ ମୋବାଇଲ ଟିମର ମିଳିତ ଟିମର ୱାସି କିଶୋର ଚନ୍ଦ୍ର ରଥ,ଅତିରିକ୍ତ ୱାସି ଚିତରଞ୍ଜନ ଜେନା ଓ ଏସ୍ଆଇ କାହ୍ନୁ ଚରଣ ବଡ଼ଦଳାଇ ଚଢାଉରେ ସାମିଲ ହୋଇଥିଲେ।

Comments (0)
Add Comment