ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ବର : ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ। ଗତକାଲି ପ୍ରାଣକୃଷ୍ଣ ଦାସ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ୟୁନିଟ-୬ ଅକ୍ଷର କନ୍ଦର ବସ୍ତି ରହୁଥିଲେ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି। ସୂଚନା ମୁତାବିକ, ପ୍ରାଣକୃଷ୍ଣ ଦାସ ଗତ ୭ମାସ ହେବ ଗଞ୍ଜେଇ କେସରେ ଝାରପଡା ଜେଲରେ ଥିଲେ। ଗତ ୨ ଦିନ ତଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପ୍ରାଣକୃଷ୍ଣ। ଏମିତି ସନ୍ଦେହ ଜଣକ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକେ।

Comments (0)
Add Comment