ସରକାରୀ ବାବୁଙ୍କ ଦାମୀ ଗାଡ଼ି ସଉକ

ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର  ନିର୍ମାଣସୌଧରେ  କାର୍ଯ୍ୟରତ ଥିବା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଜୟଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟ୍, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅଫିସ, ଅନୁଗୋଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚଢ଼ାଉ କରାଯାଇଛି। ୫ଜଣ ଡିଏସ୍‌ପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।  ଚଢ଼ାଉ ବେଳେ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟରୁ ନଗଦ  ୮୩ ହଜାର ଟଙ୍କା ଜବତ କରାଯାଇଛି। ଏହାସହ ତିନୋଟି  ଦାମୀ ବାଇକ୍ ମଧ୍ୟ ଜବତ କରାଯାଇଛି।  ଜବତ ହାର୍ଲେ ବାଇକର ଦାମ ୭ ଲକ୍ଷରୁ ଅଧିକ ହୋଇଥିବା ବେଳେ ଅନ୍ୟ  ହାର୍ଲେ ବାଇକର ଦାମ୍ ୫ ଲକ୍ଷରୁ ଅଧିକ ହେବ। ସେହିପରି ଡୁକାଟି ବାଇକର ଦାମ୍ ୮ ଲକ୍ଷ ବୋଲି ଜଣାପଡ଼ିଛି। ଭିଜିଲାନ୍ସ ୧୦ଟି ପ୍ଲଟ୍, ୩ଟି ଘରର କାଗଜପତ୍ର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି।

Comments (0)
Add Comment