କ୍ରେନ ଧକ୍କାରେ ବୃଦ୍ଧା ଙ୍କର ମୃତ୍ୟୁ

ଫୁଲବାଣୀ ଆର ଟି ଓ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବୃଦ୍ଧା କୁ କ୍ରେନ ଗାଡି ଧକ୍କା ଦେବାରୁ ବୃଦ୍ଧା ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ବୌଦ୍ଧ ଜିଲ୍ଲା ଚାରିଛକ ଗ୍ରାମର କ୍ରେନ ଗାଡି ମାଲିକ ବିଭୁଦତ୍ତ ବୋଷ ନିଜର କ୍ରେନ ଗାଡି ଫିଟନେସ ସାର୍ଟିଫିକେଟ ନିମନ୍ତେ ଫୁଲବାଣୀ ଆର ଟି ଓ ଅଫିସ କୁ ସେହି ଗାଡି ନେଇ ଆସିଥିଲେ। ଆର ଟି ଓ କାର୍ଯ୍ୟାଳୟ ସମ୍ମୁଖରେ ଗାଡି କୁ ଡ୍ରାଇଭର ରାସ୍ତା ବାମ ସାଇଡ ରେ ରଖୁଥିବା ବେଳେ ସେହି ରାସ୍ତା ସାଇଡ ରେ ଜଣେ ବୃଦ୍ଧା ଯାଉଥିଲା । ସେହି ଓ ଆର ୦୪ – ୯୭୯୨ କ୍ରେନ ଗାଡି ର ବ୍ରେକ ଫେଲ ହେବାରୁ ଭାରସମ୍ୟ ହରାଇ ଡ୍ରାଇଭର ସେହି ରାସ୍ତା କଡରେ ଯାଉଥିବା ବୃଦ୍ଧା କୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ବୃଦ୍ଧା ଟି ଆର ଟି ଓ ଅଫିସ ପାଚେରୀ ନିକଟରେ ଥିବା ଇଲେକ୍ଟ୍ରି ପୁଲ ରେ ଚାପି ହେବା ରୁ ବୃଦ୍ଧା ଟିର ଚେତାଶୂନ୍ୟ ହୋଇଥିଲା। ସ୍ଥାନୀୟ ଯୁବକ ମାନେ ଦୁର୍ଘଟଣା ଖବର ୧୦୮ ଆମ୍ବୁଲାନ୍ସ ଜଣାଇବା ରୁ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତ ବୃଦ୍ଧା କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ସେହି ବୃଦ୍ଧା କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଫୁଲବାଣୀ ଆଦର୍ଶ ଟାଉନ ଥାନା ପୋଲିସ ମେଡ଼ିକାଲ ରେ ପହଞ୍ଚି ଶବ କରିବା ସହ ଥାନା ଏସ ଆଇ ସରୋଜ କୁମାର ସାହୁ ତଦନ୍ତ ଅଧିକାରୀ ଦାୟିତ୍ଵ ନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ। ମୃତ ବୃଦ୍ଧା ଫୁଲବାଣୀ ସହର ୮ ନଂ ୱାର୍ଡ ହାଟପଦା ସ୍ଥିତ କାଚରା ସାହି ଇନ୍ଦ୍ର ଦିଗାଲ ଙ୍କର ସ୍ତ୍ରୀ ପ୍ରମିଳା ଦିଗାଲ ୬୨ ବୋଲି ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଏହି ବୃଦ୍ଧା ଜଣେ ଭିକ୍ଷା ବୃତ୍ତି କରି ପେଟ ପଶୁଥିଲା ତାଙ୍କର ପରିବାର ଗରିବ ଶ୍ରେଣୀର ହୋଇଥିବା ରୁ ଅଞ୍ଚଳ ବାସୀ ସରକାରୀ ସହାୟତା ଦାବୀ କରିଥଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ଡୁମାଣୀ ଖବର ।

Comments (0)
Add Comment