ଖୁବଶୀଘ୍ର ଆରମ୍ଭ ହେବ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ନିର୍ମାଣ

ପୁରୀ ୨୯.୦୩ : ବହୁ ପ୍ରତିକ୍ଷିତ ପୁରୀର ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଓଭରବ୍ରିଜ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ମୁଖ୍ୟ ସମସ୍ୟା ଥିବାବେଳେ ଏହାର ସମାଧାନ ନେଇ ଜିଲ୍ଲାପାଳ ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଶହେ ବର୍ଗଫୁଟରୁ ଅଧିକ ଇଲାକାରେ ଦୋକାନ ଘର ଥିବା ଦୋକାନୀଙ୍କୁ ୨ଲକ୍ଷ ୨୫ ହଜାର ଓ ଶହେ ବର୍ଗଫୁଟରୁ କମ୍ ଜାଗା ଥିବା ଦୋକାନୀଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏହା ପୂର୍ବରୁ ପ୍ରତି ଦୋକାନୀଙ୍କୁ ୨୫ ହଜାର ଟଙ୍କା ହାରରେ କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଥବା ବେଳେ ଏହାକୁ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ ହୋଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ପୁଣି ଥରେ ବିସ୍ଥାପିତ ଦୋକାନୀଙ୍କ ସହ ଆଲୋଚନା କରି କ୍ଷତିପୂରଣ ରାଶି ବଢ଼ାଇଥିବାରୁ ଏହାକୁ ସ୍ବାଗତ କରାଯାଇଛି। ସେପଟେ ଏହାକୁ ସ୍ବାଗତ କରିଛନ୍ତି ବିସ୍ଥାପିତ ଦୋକାନୀ। 

Comments (0)
Add Comment