ରାଜଧାନୀରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର : ପଳାଶୁଣି ବସଷ୍ଟାଣ୍ଡ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହାଇୱା ଏକ କାରକୁ ଧକ୍କା ଦେଇ ଅନ୍ୟ କାର ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା। ସୂଚନା ଅନୁସାରେ,  ଆଜି ସକାଳେ ପଳାଶୁଣି ଛକରେ ଜଣେ ବ୍ୟକ୍ତି  ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ଡମ୍ଫରଟି ଆସିଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍‌ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି ରହିଯାଇଥିଲା। ପରେ ପଛରୁ ଦ୍ରୁତଗତିରେ ଆସୁଥିବା ହାଇଓ୍ୱାଟି ଦୁଇଟି କାର୍ ମଧ୍ୟରୁ ଗୋଟିଏ କାରକୁ ଧକ୍କା ଦେଇଥିଲା। କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ୱାଟି ଡମ୍ଫର ପଛରେ ଥିବା କାର୍ ଉପରେ ଚଢିଯାଇଥିଲା।  ଗାଡ଼ି ଭିତରେ କାର୍‌ ଡ୍ରାଇଭରଟି ଚାପି ହୋଇଯାଇଥିଲେ।  ପୁଲିସ ଓ ଅଗ୍ନିଶମ କର୍ମଚାରୀ  କ୍ରେନ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments (0)
Add Comment